Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Romance Classics

4.3  

Kali Kumar

Romance Classics

ପରେ କହିବି :୦୬

ପରେ କହିବି :୦୬

1 min
270


ମୁଁ ଜାଣିନି;

ପୂର୍ବଠାରୁ ଆଜିକାଲି

ଏଇ "ପରେ କହିବି"

କେଜାଣି କାହିଁକି

ଏତେ ଭଲ ଲାଗେ,

ପ୍ରାପ୍ତିରେ ନା, ସମାପ୍ତିରେ

ସେଇ କଥା ବି

ବୁଝି ପାରେନି,


କିନ୍ତୁ , ଖୁବ୍ ଆପଣାର ଆପଣାର ଲାଗେ ।


ଏକ ଆସ୍ୱସ୍ତିକର ପ୍ରବଣତାରେ

ସମ୍ଭାବନା ଓ ସୀକୃତିର

ଛାୟାତଳର ଆକାଶଟା

ବେଶ୍ ଇନ୍ଦ୍ରଧନୁମୟ ହୋଇଉଠେ

ଆକାଶ, ଜହ୍ନ , ତାରା, ନକ୍ଷତ୍ର

ସବୁକିଛି ଲାଗେ,

ନିଜ ହାତ ପାହାନ୍ତାରେ

ଏବେ ଯେବେ ତୁମେ କହିଦିଅ,

" ଆଗ କଥା ସବୁ କହିବି ପରେ"


ସୁପ୍ତ ପ୍ରଣୟ, ଗୁପ୍ତ ଅଭିପ୍ରାୟ

ପୁଣି ଝାପ୍ସା ଝାପ୍ସା

ଆଶଙ୍କା ମିଶ୍ରିତ ଆକର୍ଷଣ

ଏକତ୍ରିତ ହୋଇ ଛିଣ୍ଡି ପଡ଼େ

ମୋ ମୁଣ୍ଡ ଉପରେ

ଏବେ ଯେବେ ତୁମେ କହିଦିଅ,

" ଆଗ କଥା ସବୁ କହିବି ପରେ" ।।



Rate this content
Log in

Similar oriya poem from Romance