STORYMIRROR

Kananbala Das

Romance

3  

Kananbala Das

Romance

ଆକର୍ଷଣ

ଆକର୍ଷଣ

1 min
279


ସଂଜ ନଇଁ ଗଲେ ଜହ୍ନ ଉଇଁ ଆସେ

  ଜୋଛନାରେ ଭିଜେ କଇଁ,

ସାଙ୍କେତିକ ପ୍ରୀତି ଆମୋଦିତ କରେ

  ଦୁଇ ହୃଦୟକୁ ଛୁଇଁ ।।


ପ୍ରୀତି ଦିଆନିଆ ନିରନ୍ତର ହୁଏ

  ବିରହର ଗାଥା ଗାଇ,

ଅନୁରାଗେ ଭରା ଭାବର ପୀରତି

  ଦୃଷ୍ଟି ଆଢ଼ୁଆଳେ ଥାଇ।।


ଭାବର ଆବେଗେ ଶିହରଣ ଖେଳେ

  କେହି ନ ପାରନ୍ତି ଜାଣି,

ନିତି ପ୍ରତି ଭାବ ଆକର୍ଷଣ ବଢେ

  ଉଚ୍ଚାଟିଆ ମନ ପୁଣି।।


ଭାବ ପ୍ରୀତି ପୁଷ୍ପ ଉନ୍ମାଦ ଜଗାଏ

  ନିରବିତ ମନ ତଳେ,

ସନ୍ଧ୍ୟାର ଆସରେ ଭାବ ଦିଆନିଆ

  ସ୍ପନ୍ଦନର ତାଳେ ତାଳେ।।


ପ୍ରୀତିର ପାର୍ବଣ ଅଜଣା ପୁଲକ

  ଅଭିସାର ରଚିଯାଏ,

ଲାବଣ୍ୟେ ଝଲସେ ମନ ବୃନ୍ଦାବନ

  ଜୋଛନାରେ ଭିଜୁଥାଏ।।


ପ୍ରେମ ପାରାବାରେ ସୁନୀଳ ଜଳରେ

  ଅବଗାହି ଗୋପନରେ,

ମୁହୂର୍ତ୍ତର ଦେଖା ସ୍ମୃତି ହୋଇ ରହେ

  ଭାବନାର ଇଲାକାରେ।।


ଗୋପନ ପ୍ରୀତିର ମାଧୁର୍ଯ୍ୟ ନିଆରା

  ପ୍ରେମର ଊଛୁଳା ନଈ,

ମନ ଦିଆ ନିଆ ପ୍ରତ୍ୟୟ ସେନେହ

  ଲାବଣ୍ୟ ଲାଳସା ହୋଇ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance