STORYMIRROR

Kunjabihari Rout

Romance

3  

Kunjabihari Rout

Romance

ଜଳୁଛି ଆଜି ମୁଁ ଦୀପ ହୋଇ

ଜଳୁଛି ଆଜି ମୁଁ ଦୀପ ହୋଇ

1 min
171

ଭାବିଥିଲି କହିବାକୁ କେତେ କଥା

ଓଠ ମୋର ଜମା ଖୋଲିଲାନି

କେମିତି କହିବି କିପରି କହିବି

ଭାବି ଭାବି ବୁଦ୍ଧି ଦିଶିଲାନି........

   ମେଣ୍ଟାଇବା ପାଇଁ ଶୋଷକୁ ଆମର

   ଓଠ ମିଶୁଥିଲା ବାରମ୍ବାର

   ତୃଷ୍ଣା ମେଣ୍ଟିନାହିଁ ମୋର କି ତୁମର

    ପାଶେ ଥାଇ ଲାଗେ ବହୁଦୂର......

ପ୍ରଥମ ପାଠକ ଥିଲ ତୁମେ ବଂଧୁ

ମୋ ହସ୍ତ ଲିଖିତ କବିତାର

ତୁମ ବିନା ମୋର ଅଚଳ ଦୁନିଆ

ସତେକି ସଂପର୍କ କ୍ଷୀରନୀର.......

    ଫଗୁଣ ଆସିଲେ ବଉଳ ବାସିଲେ

     ମନଟା ହୁଅଇ ଉଚ୍ଚାଟନ

     ପ୍ରେମରେ ବସନ୍ତ ଖିଲିଖିଲି ହସେ

     ତନୁରେ ଭରଇ ଶୀହରଣ.......

ଆସ ବଂଧୁ ଆମେ ଗୀତ ଗାଇଯିବା

ପ୍ରେମ ଅବା ଦେହ ଦେଉଳର

ସପନ ବୁଣିବା ସପନ ବାଣ୍ଟିବା

ରହିଥିବ କଥା ଚିରକାଳ...........

     ହେଲେ ତୁମେ ଆଜି, ଅଛ ବହୁଦୂରେ

     ଅନ୍ୟ ମନ୍ଦିରରେ ଦେବୀ ହୋଇ

     ତୁମେ ଗଲାପରେ, ତୁମ କଥା ଭାବି

      ଜଳୁଛି ଆଜି ମୁଁ, ଦୀପ ହୋଇ.........!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance