Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Romance

3  

Nayak Akshaya raazhasti

Romance

ଚାହାଣୀ ଗୋ

ଚାହାଣୀ ଗୋ

1 min
240


ଚାହାଣୀ ଗୋ,

କରେ ବାୟାଣୀ ତୁମ କାହାଣୀ ଗୋ l

ସମ୍ପର୍କର ସେଇ ମଧୁ ଅର୍କରେ

ଗୋଲାପୀ ଓଢ଼ଣୀ ଟାଣି,

ଭୁଲି ଯାଅ ସବୁ ତିଥି ବାର ଅଙ୍କ

ଜନ ମନ ନିଅ କିଣି ଗୋ l

ଚାହାଣୀ ଗୋ.....

କରେ ବାୟାଣୀ ତୁମ କାହାଣୀ ଗୋ l

ଆଖି ସାଥେ ଆଖି

ଥରେ ଗଲେ ଲାଖି

ଓଠ ପୁରେ ମଧୁ ବାଣୀ,

ଆଙ୍କୁ ଥାଅ ନିତି

ଲାଜୁଆ ପଲକେ

ପ୍ରେମ ସ୍ବର୍ଗକୁ ନିଶୁଣୀ ଗୋ l

ଚାହାଣୀ ଗୋ.....

କରେ ବାୟାଣୀ ତୁମ କାହାଣୀ ଗୋ l

ଏ କି ଅଜବ ନାରୀ ହାବ ଭାବ

ପୁରୁଷ ଠୁ ଯାଏ ଜିଣି

କଣେଇ ଚାହିଁଲେ ଗାଥା ଲମ୍ବି ଯାଏ

ପଥର ବି ହୁଏ ପାଣି l

ଚାହାଣୀ ଗୋ....

କରେ ବାୟାଣୀ ତୁମ କାହାଣୀ ଗୋ l

ପଞ୍ଚ ଇନ୍ଦ୍ରିୟ ହୁଅନ୍ତି ତନ୍ମୟ

ବେଶୀ ଖୁସି ଆଖି ବେନି

ଆଖିରେ ଆଖିରେ ପିରତି ବତୁରେ

ସତେ କି ପରସ ମଣି l

ଚାହାଣୀ ଗୋ....

କରେ ବାୟାଣୀ ତୁମ କାହାଣୀ ଗୋ l

ଆଖିର କିମିଆଁ ଜାଣିଚି ଦୁନିଆଁ

ସବୁ କିଛି ପାରେ କିଣି

ଶୟନେ ସପନେ ଅବା ଜାଗରଣେ

ମଜ୍ଜିଲେ ଗୋପେ ରମଣୀ

ବାହାନା ସର ଲହୁଣୀ l

ଚାହାଣୀ ଗୋ....

କରେ ବାୟାଣୀ ତୁମ କାହାଣୀ ଗୋ l

ରଙ୍ଗ ସରାଗ ରେ ଅଙ୍ଗ ପରାଗ ରେ

 ତୃଷିତ ସ୍ନେହ ତୋରାଣି,

ବିଚିତ୍ର ସଂସାରେ ଏତେ ପରକାରେ

ଗଢିଛି କେଉଁ ବିନ୍ଧାଣୀ ଗୋ

ଚାହାଣୀ ଗୋ...

କରେ ବାୟାଣୀ ତୁମ କାହାଣୀ ଗୋ l


Rate this content
Log in