ଲେଖିଦେଲ ତୁ ନାଆଁ
ଲେଖିଦେଲ ତୁ ନାଆଁ
ସ୍ନିଗ୍ଧ କୋମଳ ତୋ ମଧୁର ହସ ଲୋ
ଦଗ୍ଧ ପରାଣ ଅମୃତ
ଅଳି ଗୁଞ୍ଜନ କି ବିପଞ୍ଚୀ ଲଳିତ
ସ୍ଵର କି ହୁଅଇ ଆନିତ ।।
କୋଟି ଚମ୍ପା କଳି ମଧୁ ସଉରଭ
ମୃଦୁ ସମିରଣେ ଖେଳେ
ନୂଆ ସପନର ନବ ଉନ୍ମାଦନା
ମନେ ସହିରଣ ତୋଳେ ।।
ହରଣୀ ଆଖିର ଚାହାଣିରେ ସତେ
କେତେ ଯେ ଅକୁହା ଭାଷା
ଇନ୍ଦ୍ର ଚାପ ଜିଣି ଭୁରୁଲତା ତଳେ
କେତେ ଯେ ଆଦିମ ନିଶା ।।
କୁଞ୍ଚିତ ସୁନୀଳ କେଶ ଶୋଭା ଯଥା
ନୀଳ ସମୁଦ୍ର ଲହରୀ
ଏମନ୍ତ ଶୋଭାର ନାୟିକା ମୋ ସଖୀ
ସେ ମୋ ସରଗ ର ପରୀ ।।
ଧନ ବୋଲି ଡାକ ଆହାକି ଲାଳିତ୍ୟ
ନୁହେଁ ସବୁ ଡାକ ପରି
ଅଭୁଲା ସେ ଡାକେ ସ୍ନେହର ମଦିରା
ଦିଏ ମତୁଆଲା କରି ।।
ରାକା ରଜନୀ ରେ ତୁମରି କୋଳରେ
ପିଆଇ ମଧୁ କୌମୁଦୀ
ସେଦିନ ପ୍ରୀୟା ରେ ପ୍ରେମ କାରାଗାରେ
କରି ଦେଲ ମୋତେ ବନ୍ଦୀ ।।
ପ୍ରଣୟର ଫୁଲ ଫୁଟାଇ ତୁମେତ
କରିଅଛ ଆନମନା
ଅଲିଭା ଅକ୍ଷରେ ହୃଦୟ ପୋଥିରେ
ଲେଖିଦେଇ ତୁମ ନାଆଁ ।।