STORYMIRROR

Chinmayee Sahoo

Romance

3  

Chinmayee Sahoo

Romance

ତୁମେ କି ପାସୋରି ହେବ

ତୁମେ କି ପାସୋରି ହେବ

1 min
203


ଜାଣି ମୁଁ ନ ଥିଲି ତୁମ ସାଥେ ସାଥି

ଏ ଜୀବନେ ଦେଖାହେବ

ଅତୀତ ସ୍ମୃତିକୁ ରୋମାନ୍ଥନ କରି

ପୁଣି ତୁମେ ଭେଟ ହେବ।


ମନେ ରଖିଛ କି ଭୁଲି ଯାଇଅଛ

 ମୋ ନାମ ଚେହେରାଟିକୁ

ଅବା ତୁମେ ଫିଙ୍ଗିଦେଇ ଅଛ ଦୂରେ

ସେଇ ସ୍ମୃତି ଗଣ୍ଠିଲିକୁ ?

କିଏ ଜାଣିଥିଲା ଜୀବନର ମୋଡ଼ 

ଏମିତି ବଦଳି ଯିବ

ଜାଣି ମୁଁ ନ ଥିଲି ତୁମ ସାଥେ ସାଥି

ଏ ଜୀବନେ ଦେଖାହେବ।....୧


ସମୟର ଚକ୍ର ହୋଇଗଲା ବକ୍ର

ହୋଇଯାଇଥିଲେ ଦୂର

ତୁମେ ଚାଲିଗଲ ଅଜଣା ରାଇଜେ

ମୁଁ ସାଜି ଗଲି ପଥର।

ତଥାପି ତୁମକୁ ଭୁଲି ପାରିନି ମୁଁ

ତୁମେ କି ପାସୋରି ହେବ ?

ଜାଣି ମୁଁ ନ ଥିଲି ତୁମ ସାଥେ ସାଥି

 ଏ ଜୀବନେ ଦେଖାହେବ।....୨


ତୁମ ହାତଲେଖା ସାଇତା ଚିଠିକୁ

ଏ ଯାଏ ବି ଚିରି ନାହିଁ

ତୁମ ସେଇ ନିରିମାଖି ହସ ମୁହଁ

ଆଖିରେ ନାଚିଉଠଇ।

ଜାଣିଛି ତୁମେ ବି ଏଇ ଅଧମକୁ

ମନରୁ ଭୁଲି ନ ଥିବ

ଜାଣି ମୁଁ ନ ଥିଲି ତୁମ ସାଥେ ସାଥି

ଏ ଜୀବନେ ଦେଖାହେବ।....୩




Rate this content
Log in

Similar oriya poem from Romance