STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ପ୍ରିୟା

ପ୍ରିୟା

1 min
211

କେଉଁ ବିନ୍ଧାଣି ଗଢ଼ିଲା ତୋତେ ଲୋ

ବହୁତ ସୁନ୍ଦର ଦିସୁଛୁ

ମଲ୍ଲୀ ଫୁଲ ମାଳ ଗଭାରେ ସଜେଇ

ମୁରୁକି ମୁରୁକି ହସୁଛୁ

ହସଟି ତୋହର ଅତି ମନଲୋଭି

ଖିଲି ଖିଲି ହୋଇ ହସୁଛୁ

ମୁହଁଟି ତୋହର ପୂର୍ଣ୍ଣିମା ର ଚାନ୍ଦ

କାହା ବାଟ ଚାହିଁ ବସିଛୁ

ଆଖିଦୁଇ ତୋର ମୃଗ ନୟନୀ ଲୋ

ମଥାରେ ଟିକିଲି ନାଇଛୁ

ଦନ୍ତ ପଙ୍କ୍ତି ତୋର ମୁକୁତାର ମାଳ

କାନରେ ଝୁମୁକା ପିନ୍ଧିଛୁ 

ଡଉଲ ଡାଉଲ ମୁହଁଟି ତୋର ଲୋ

ଚମ୍ପା ଫୁଲ ପରି ରଙ୍ଗ

କେଉଁ ବିନ୍ଧାଣି ଗଢିଲା ତୋତେ ଲୋ

ମନ ମତାଣିଆ ଢଙ୍ଗ


ଆଖି ଦୁଇ ତୋର ମୃଗ ନୟନି ଲୋ

ଓଠଟି ପରାଜାପତି

ଚାହାଁଣି ତୋର ଲୋ ଲାଜୁଆ ଲାଜୁଆ

ବିଦାରି ହେଉଛି ଛାତି


କେଶ ତୋହର ପଳାଶ ଫୁଲ ଲୋ

ମୁହଁ ତୋର ସୂର୍ଯ୍ୟମୁଖୀ 

ଦନ୍ତ ତୋହର ଚିକିମିକି କରେ

ମୁକ୍ତା ଯାଇଛି କି ଲାଖି



Rate this content
Log in

Similar oriya poem from Romance