STORYMIRROR

Chinmay Behera

Romance

3  

Chinmay Behera

Romance

ତୁମେ କି ଜାଣିନ

ତୁମେ କି ଜାଣିନ

1 min
202

ତୁମେ କି ଜାଣିନ ଫଗୁଣରେ ଥାଏ

              ମମତାର ମଧୁଗୀତି

ମିଳନର ବନେ ବଜାଇ ମହୁରୀ

              ଡାକୁଥାଏ ନିତି ନିତି (0)

ଆକାଶ ଛାତିରେ ଢାଳିଛିରେ କିଏ

               ସାତରଙ୍ଗୀ ସୁନା ଖରା

ମାଟିର ଗନ୍ଧରେ ନାଚୁଛି ମୟୂରୀ

              ଦେବାପାଇଁ ତାକୁ ଧରା

ମନ ମନ୍ଦିରରୁ ରହି ରହି ଶୁଭେ

              ମିଠା ମଙ୍ଗଳ ଆଳତୀ

          ତୁମେ କି ଜାଣିନ ଫଗୁଣରେ ଥାଏ...।

ଅବିର ବୋଳା ଏ ସକାଳର ଛାଇ

              ଲେଉଟି ଯାଅନା ଆଉ

ତୁମରି ରଙ୍ଗରେ ରଙ୍ଗେଇ ହେବି ମୁଁ

              ଦିନ ପଛେ ଗଡିଯାଉ

ଫଗୁଣର ଫଗୁ ଚୋରେଇଲ କିଆଁ

              ଲୁଚେଇ ଲୁଚେଇ ଛାତି

          ତୁମେ କି ଜାଣିନ ଫଗୁଣରେ ଥାଏ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance