ତୁମେ ଆସିଛ ବୋଲି
ତୁମେ ଆସିଛ ବୋଲି
ସଂଜୀବିତ ଆଜି
ଅଧୁରା ସପନ
ସୁରଭିିିତ ପୁଣି
ମନ ଉପବନ।
ଶ୍ରାବଣ ନ ଥାଇ
ଝରୁଛିି ବରଷା
ବଢାଇ ଦେଇଛି
ମିଳନର ନିଶା ।
ଉଲ୍ଲସିତ ହୁୁଏ
ସୁପ୍ତ ଯଉବନ
ଲିଭି ଲିଭି ଆସେ
ହୃଦୟ ଦହନ ।
ଚଗଲା ପବନ
ଦେହ ଛୁଇଁ ବହେ
ସଂଜତ ପଣତ
ଅସଂଜତ ହୁଏ।
ପ୍ରେମର ଦରଜା
ଆପେ ଯାଏ ଖୋଲି
ମନ ବୁୁଝି ତୁମେ
ଆସିଅଛ ବୋଲି।

