STORYMIRROR

Anupama Sahu

Romance

3  

Anupama Sahu

Romance

ତୁମେ ଆସିଛ ବୋଲି

ତୁମେ ଆସିଛ ବୋଲି

1 min
180

ସଂଜୀବିତ ଆଜି

  ଅଧୁରା ସପନ 

ସୁରଭିିିତ ପୁଣି 

  ମନ ଉପବନ। 

ଶ୍ରାବଣ ନ ଥାଇ 

   ଝରୁଛିି ବରଷା 

ବଢାଇ ଦେଇଛି 

   ମିଳନର ନିଶା ।

ଉଲ୍ଲସିତ ହୁୁଏ

   ସୁପ୍ତ ଯଉବନ 

ଲିଭି ଲିଭି ଆସେ

   ହୃଦୟ ଦହନ ।

ଚଗଲା ପବନ 

  ଦେହ ଛୁଇଁ ବହେ 

ସଂଜତ ପଣତ 

  ଅସଂଜତ ହୁଏ।

ପ୍ରେମର ଦରଜା 

  ଆପେ ଯାଏ ଖୋଲି 

ମନ ବୁୁଝି ତୁମେ 

  ଆସିଅଛ ବୋଲି। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance