STORYMIRROR

Debabrata Mishra

Abstract

3  

Debabrata Mishra

Abstract

ମାନସିକ ମୃତ୍ୟୁ

ମାନସିକ ମୃତ୍ୟୁ

1 min
150

#ମାନସିକ_ମୃତ୍ୟୁ..!!
+++++++++++
ଯାହା ଅଦୃଶ୍ୟ ଯାହା ଅବ୍ୟକ୍ତ
ଯାହା ଅଶରୀରର ଯାହା ଅପ୍ରକାଶିତ
ଯାହା ପାଇଁ ଏ ଶରୀରର ଅସ୍ତିତ୍ବ
ଯାହା ପାଇଁ ଏ ଜଗତ ଦର୍ଶନୀୟ
ଯାହା ପାଇଁ ଏ ସମାଜ ଏ ସମ୍ପର୍କର ସୁନ୍ଦରତା
ସେ ମନକୁ ନେଇ ଗଠିତ ଆଜିର ମଣିଷ
ସେ ମଣିଷର ଆଜି ଘଟିଚାଲିଛି ମାନସିକ ମୃତ୍ୟୁ,

ଦେଖ ଏ ସଂସାରକୁ ଟିକେ ନିରେଖି ଦେଖ
ଦେଖ ଏ ସମାଜର ସମୟକୁ
ଦେଖ ନିଜର ଅନ୍ତର୍ଦୃଷ୍ଟିରେ, ଆତ୍ମଚକ୍ଷୁରେ ନିଜକୁ
ତୁମେ ଦେହରେ ବଞ୍ଚୁଛ ନିତିଦିନ, ନୀତିହୀନ
ତୁମେ ପୋଷାକରେ ବଞ୍ଚୁଛ ବେଶରେ ବଞ୍ଚୁଛ
ଚରିତ୍ରରେ ପାଦ‌ ଦେଇ ଚାଲୁଛ କ୍ଷଣକ୍ଷଣ
ହେ ମଣିଷ ଥରେ କାହାଣୀରେ ବଞ୍ଚି ଦେଖ
ଜାଣିବ ତୁମେ ଏ ସମାଜରେ ସେ ମଣିଷ ପାଲଟିଛ
ଯାହାର ହୋଇଚାଲିଛି ମୁହୁର୍ତ୍ତ ମୁହୁର୍ତ୍ତ ମାନସିକ ମୃତ୍ୟୁ,

ଯାହା ଅକ୍ଷମଣୀୟ ଯାହା ଅମାର୍ଜନୀୟ
ଯାହା ଈଶ୍ୱରଙ୍କଠୁ ଦୂର ଯାହା ଦୟା-କ୍ଷମାହୀନ
ଦେଖ ଦେଖ ଥରେ ନିଜର ଆତ୍ମାକୁ ହୃଦୟକୁ
ଦେଖ ଥରେ ସେ‌ ହୃଦୟର ନୃଶଂସପଣକୁ ଦେଖ
ସେ ନୀରିହ ଜୀବର ଆଖି, ତୁମେ ହିଁ ତା' ସାକ୍ଷୀ
ତୁମେ ମଣିଷ ହୋଇ ମଣିଷ ପଣିଆ ନାହିଁ
ନୈତିକ ମୂଲ୍ୟବୋଧ
କ୍ଷଣେ କ୍ଷଣେ ମୃତ୍ୟୁ ଲଭୁଛି ମଣିଷ
ଭୈ।ତିକ ସୁଖ ରେ ବିକୃତ ହେବାରେ ଲାଗିଛି
ପ୍ରକୃତରେ ମଣିଷ ଜୀବନ୍ତ ଥାଇ ହେଉଛି ମାନସିକ ମୃତ୍ୟୁ।

 ©® ଦେବବ୍ରତ ମିଶ୍ର
ତା ୦୪.୦୪.୨୦୨୫

+++++++++++


Rate this content
Log in

Similar oriya poem from Abstract