STORYMIRROR

Amita Dash

Classics Inspirational

3  

Amita Dash

Classics Inspirational

ମାଣବସାର ଝୋଟିଚିତା

ମାଣବସାର ଝୋଟିଚିତା

1 min
298


ମଗୁଶିର ମାଣବସାର ଅରୁଆ ଚାଉଳ ବଟାର ଝୋଟି ଚିତା।

ପ୍ରତିବୁଧବାର ଚାଉଳ ଗୁଣ୍ଡରେ

ମୁରୁଜ ଲେଖା।

ସକାଳୁ ଉଠି ଦାଣ୍ଡଦୁଆର ମୁହଁରେ ମାଁ ଲକ୍ଷ୍ମୀ ଠାକୁରାଣୀଙ୍କ ପାଦ ଚିହ୍ନ ଦେଖା।

କାହିଁ ଗଲା ପିଲାବେଳର ସେ

ଝୋଟିଚିତା ପକା।

ମଗୁଶିର ଗୁରୁବାର ସମ୍ପୂର୍ଣ୍ଣ ନିଆରା।

ପନ୍ଦର ଦିନ ଆଗରୁ ଚିତାପକାର

ବିଧି ସଜଡ଼ା।

ମାଟି କାନ୍ଥରେ ବିଲ ବନମାଟି ଲିପାପୋଛା।

ମାଟିଆ ରଙ୍ଗକୁ ଧଳା ରଙ୍ଗର ଝୋଟିଚିତା।

ଆଃ କି ସୁନ୍ଦର ଧାନବେଣ୍ଟି,ଧାନ ଶିଁଶା।

ସମସ୍ତଙ୍କ ଘର କାନ୍ଥରେ ଚିତାଲେଖା।

ଗାଁ ପରିବେଶ ଗାଁ ସୌନ୍ଦର୍ଯ୍ୟ

ବଢିଯାଏ ଚାରିଗୁଣା।

ବୁଧବାର ଦିନ ଚାରିଟାରୁ ମାଉସୀ,ଆଈ ,ଖୁଡୀନିଜ ନିଜର

ପାଇଟିସାରି ଲାଗି ପଡ଼ନ୍ତି 

ପକେଇବାରେ ଝୋଟିଚିତା।

ମୋ ମାଁ ଗାଁ ଟା ଯାକରେ ପକାଏ

ସବୁଠୁ ସୁନ୍ଦର ଝୋଟି ଚିତା।

ତା'ର ଭାରୀ ଆଦର, ପ୍ରଶଂସା।

ବୁଧବାର ଦିନ ଦାୟିତ୍ଵ ସଭିଙ୍କର

ମୋ ନାନୀ ଲେଖେ ଚିତା ଠାକୁର ଘର।

ଲଂଘାବାଡି ଦାୟିତ୍ଵ ମଝିଆର

ଦୁଆର ଚାରିକଡର ଝୋଟିଗାର

ମୋ ଉପର।

ଧାନବେଣ୍ଟି, ଧାନକେଣ୍ଡା,ମା ଲକ୍ଷ୍ମୀ ପାଦ ଚିତାଗୁଡିକ କୁସୁମ

ମଣ୍ଡା ଫୁଲ ରେ ସଜ୍ଜିତା।

ନୂଆ ପାଟକନାର ଓଢ଼ଣୀ ଟାଣି

ମାଣଧାନଦିଶୁଥାନ୍ତି ମାଆ କମଳା।

ସାକ୍ଷାତ ମହାଲକ୍ଷ୍ମୀ ଘରେ ଘରେ

ଆବିର୍ଭୁତା।

ଝୋଟିଚିତା କେହି ମାଡୁନା।

ଆଠଦିନ ଯାଏ ଲିପାପୋଛା ମନା।

ପାଞ୍ଚପାଳି ମାସସାରା।

ଦାଣ୍ଡ ବାଡି କାନ୍ଥ ରେ ଚିତା ରୁହେ

ବର୍ଷ ସାରା।

ମାଲୋ ତୋ କୃପା ଦୃଷ୍ଟି ରଖିଥିବୁ

ପ୍ରତିବର୍ଷ ମଳୁଖ ଚାଉଳବଟା ଚିତାରେ ସମସ୍ତଙ୍କ କାନ୍ଥ ଝଲସାଉଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics