ମାନବର ସେବା, ଧରମ"""""""""""""
ମାନବର ସେବା, ଧରମ"""""""""""""
ଏ କି ଧରମ କୁହ,
ଈର୍ଷାରେ ମଣିଷ ଇର୍ଷାର ବିଷରେ ଜଳାଇ ମାରଇ
କରେ ସବୁ ନାରଖାର
ଅଶାନ୍ତି ଲହରୀ ଖେଳାଇ, ଭାବେ ବଡ଼ ଦାଣ୍ଡେ ବୁଲି
ଗଲେ ପାପ ତକ ହେବ ଦୂର ।
ଏ କି ଧରମ କୁହ
ଛଳନାର ଛଦ୍ମବେଶୀ ମଣିଷ ସବୁ କିଛି ପଥଭ୍ରଷ୍ଟ
ଉନ୍ମାଦନା କାର୍ଯ୍ୟ କରି
ଗରୁଡ଼ ପାଖରେ ଦୀପ ଜାଳିଲେ ହରିଵ ତାର ପାପ,
ସର୍ବ ପାପରୁ ଯିବ ସେ ତରି ।
ଏ କି ଧରମ କୁହ
ସଇତାନ ଅନେକ ସ୍ବପ୍ନ ଦେଖାଇ ଭରଷାକୁ ତିଳ
ତିଳ କରି ତୋଡି କରେ ଅଭିନୟ
ଲୁଚକାଳି ଖେଳ ଖେଳି ଭାବୁଛି ତୁଳସୀ ମାଳ ପିନ୍ଧି
ମନ୍ଦିର ଦ୍ଵାରେ ଯାଇ ପାଇବ ମୁକ୍ତିର ଅଭୟ ।
ଏ ଧରମ କୁହ
ନୁହେଁ କି ନିର୍ଲଜ୍ଜ! ଅଂଧାରର ଭାବନା, ନୁହେଁ କି
ମିଛ ବାହାନା
ନୁହେଁ କି ଏକ ଛଳନାମୟ ଛଦ୍ମବେଶୀ ମଣିଷର
ମାଟିରୁ ଆକାଶ ଛୁଇଁବାର ଭାବନା ।
ଏ କି ଧରମ କୁହ
ଖୋଜୁଛ ରାମକୁ କାହିଁ ରାମ କାହିଁ ରାମ ମନ୍ଦିର
ଭିତରେ ପଥର ମୂର୍ତ୍ତିକୁ ଥୋଇ
ସେ ପରା ଲୀଳା କରଇ କୀଟ ଠାରୁ ବ୍ରହ୍ମ ସକଳ
ଘଟେ ବିଦ୍ୟମାନ ହୋଇ ।
ମୋ ମତରେ ଧରମ
ହିଂସା କ୍ରୋଧ ରାଗ ଈର୍ଷା ଛାଡ଼ି ମନୁ ପର ସୁଖେ ସୁଖୀ
ପର ଦୁଃଖେ ଦୁଃଖୀ ହୋଇଥାଏ ଯେଉଁ ଜନ
କରିଥାଏ ମାନବର ସେବା, ସେହି ତ ଧରମ, ସେହି
ସଂସାରରେ ଲଭିଥାଏ ମାନ ସନମାନ ।
