STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ମାନବିକ ଅଧିକାର

ମାନବିକ ଅଧିକାର

2 mins
369


ବଞ୍ଚିବା ରହିବା,

ସମସ୍ତେ ବଢିବା,

ସରବେ ଚଳିବା,

ମଣିଷ ଭାବରେ,

ଏଇ ତ ମାନବିକତା |୧|


କଥାରୁ ଝରେ ମକରନ୍ଦ, 

ମଣିଷ ମନେ ଜାଗେ ଆନନ୍ଦ,

ଯଦି ଏହା ରହିଥିଲା,

ହେ ମଣିଷ ଜାତି,

ଟିକିଏ ହେଜ କର,

ରହି ଅଛି ଯଦି ଏବେ,

କାହିଁକି ହେଲା ଦରକାର

ମାନବିକ ଅଧିକାର ସାବ୍ୟସ୍ତର |୨|

 

ମଣିଷର ତ ନିଷ୍କପଟ ହୃଦୟ,

ନିର୍ମଳ ମନ ତା'ର, ନଥାଏ ଭୟ,

ଅନ୍ୟ ହୃଦୟକୁ ବୁଝି ଯିଏ ଯିବ,

ତା ଛାତି ଭିତର ବହୁ ସୁନ୍ଦର ହେବ,

ତାହା ନରହିଲା, ରହୁନାହିଁ,

ତେଣୁ ପଡିଲା ଦରକାର

ଆଇନରେ ମାନବିକ ଅଧିକାର,

କାହିଁକି ହେଲା ଦରକାର,

ମାନବିକ ଅଧିକାର ସାବ୍ୟସ୍ତର,

ହେ ମଣିଷ ଜାତି ଟିକିଏ ହେଜ କର |୨|

 

ଆବଶ୍ୟକ ନାହିଁ ଅଧିକାରର

କିଛି ବିନ୍ୟାସ ସେ ଶଦ୍ଦର,

ହୃଦୟଭେଦୀ ଶବ୍ଦର ସ୍ୱର,

ବୁଝିବାକୁ ଦୁଇ ଆଖି ତ ଯଥେଷ୍ଟ,

ଅନ୍ୟ ହୃଦୟକୁ ଟିକିଏ ବୁଝିବା,

ଯାହା ଯଦି ଆମେ ଭୁଲିବା,

ତେଣୁ ପଡିଲା ଦରକାର

ଆଇନରେ ମାନବିକ ଅଧିକାର,

ହେ ମଣିଷ ଜାତି ଟିକିଏ ହେଜ କର

ମାନବିକ ଅଧିକାର କାହିଁକି ପଡିଲା ଦରକାର |୩|


ମଣିଷ ମଣିଷ ଭିତର,

କାହାଣୀ ଆମ ମଣିଷ ହୃଦୟର,

ଚିର ଶାଶ୍ଵତ ଭଲ ସମ୍ପର୍କର,

ଯେହେତୁ ଦେଖାଇଲେ ପଶୁତ୍ୱର,

ମଣିଷେ ବ୍ୟବହାର,

ତେଣୁ ପଡିଲା ଦରକାର

ଆଇନରେ ମାନବିକ ଅଧିକାର,

ମାନବିକ ଅଧିକାର କାହିଁକି ପଡିଲା ଦରକାର

ହେ ମଣିଷ ଜାତି ଟିକିଏ ହେଜ କର |୪|


ଦେଖାଦେଲା ଯେବେ ମଣିଷ ଭିତରେ

ଶସ୍ତା ଦରଦ ଓ ମିଛ ପ୍ରତିଶ୍ରୁତି

ବଢିଲା ବାଦ ବିବାଦ ଜାତି ଧରମର,

ସୁନ୍ଦର ହେବ,

ତାହା ନରହିଲା, ରହୁନାହିଁ,

ତେଣୁ ପଡିଲା ଦରକାର

ଆଇନରେ ମାନବିକ ଅଧିକାର,

କାହିଁକି ମାନବିକ ଅଧିକାର ପଡିଲା ଦରକାର

ହେ ମଣିଷ ଜାତି ଟିକିଏ ହେଜ କର |୫|


ମଣିଷ ମଣିଷ ଭିତରେ,

ତୁଛା ମାନ ଅଭିମାନ ର ତରଙ୍ଗ ଛୁଟିଲା,

ତାର ସ୍ଥଳ କୂଳ ଡେଇଁଗଲା,

ସାମାୟିକ ସୁଖେ ହେଲୁ ମତୁଆଲ,

ମାନବିକ ଅଧିକାର ପଡିଲା ଦରକାର

ହେ ମଣିଷ ଜାତି ଟିକିଏ ହେଜ କର |୬|


ସ୍ୱାର୍ଥର ଭାବନାରେ,

ରାଜନୀତିରେ,

ପଦବୀର ଲାଳସାରେ,

କିଏ ହାତୀ ଦେବ, 

କିଏ ଛତା ଦେବ 

କିଏ ପାଟ ଶାଢ଼ୀ ଦେବ 

ଯେବେ ଗଲା ମତି ଶସ୍ତା ପ୍ରତିଶ୍ରୁତିରେ 

ମାନବିକ ଅଧିକାର ପଡିଲା ଦରକାର

ହେ ମଣିଷ ଜାତି ଟିକିଏ ହେଜ କର |୭|


ସମୟର କରାଳ ଗରଭରେ,

ପ୍ରକୃତିର ନିଶ୍ଚିତ ଚାପରେ,

ସ୍ତ୍ରୀ ହୁଏ ଗର୍ଭବତୀ,

ସନ୍ତାନ ଜନମର ସ୍ଥିତି,

ସେ ସମୟେ ପୁରୁଷ ସହ କାମ ନକରି ପାରିଲା,

ପୁରୁଷ ପ୍ରାଧାନ୍ୟ ସମାଜ ଆସିଲା,

ଅହମିକାରେ ନାରୀ ହେଲା ନିର୍ଯ୍ୟାତିତl,

ପୁରୁଷ ହେଉକି ନାରୀ ହିଁ ହେଲା ଯାତନା କର୍ତ୍ତା,

ମାନବିକ ଅଧିକାର ପଡିଲା ଦରକାର

ହେ ମଣିଷ ଜାତି ଟିକିଏ ହେଜ କର |୮|


ଦୁନିଆର ମଞ୍ଚେ ପୁରୁଷ ରୋଜଗାରେ,

ନାରୀ ଚଳାଉଛି ଗୃହ ରହି ଘରେ,

ପିଲାଂକୁ ସମ୍ଭାଳି ନାରୀ ଘର ମଧ୍ୟରେ

ପିଲାଂକୁ ସମ୍ଭାଳି ସମାନ କାର୍ଯ୍ୟ କରେ, 

ନିକିତି ତଉଲ ନିୟମେ ନବିଚାରି

ସ୍ତ୍ରୀ କାମକୁ ନ୍ୱୁନ କରି

କଲ ପୁରୁଷତ୍ୱରେ ଅହଂକାର,

ରଚିଲ ସମସ୍ତ ଦୁ୍ର୍ବ୍ୟବହାର,

ମାନବିକ ଅଧିକାର ପଡିଲା ଦରକାର,

ହେ ମଣିଷ ଜାତି ଟିକିଏ ହେଜ କର |୯|



Rate this content
Log in

Similar oriya poem from Inspirational