ମାେ ଗାଆଁ ମାଟି ମାଆ
ମାେ ଗାଆଁ ମାଟି ମାଆ
ନରସିଂହପୁର ରାଇଜ ମୋହର
ଅଟେସେ ଅରାଟ ମାଟି ,
ସେହି ମାଟି କୋଳେ ମହାନଦୀ କୂଳେ
ଥିଲା ଆମ୍ଭର ଗ୍ରାମଟି ।
କାଳ କ୍ରମେ ନଦୀ କୂଳ ତାର ଭେଦି
ହୋଇଲା ବଡ଼ ପ୍ରଶସ୍ତ ,
ଏହା ଦେଖି ରାଜା ସଙ୍ଗେ ରାଜ୍ୟ ପ୍ରଜା
ହେଉଥିଲେ ବ୍ୟତି ବ୍ୟସ୍ତ ।
ଅଠରଶ ବାରରୁ କୋଡ଼ିଏ ମଧ୍ୟେ
ଗ୍ରାମ ଅନ୍ୟତ୍ର ସ୍ଥାପନ ,
ଅନନ୍ତ ନାରାୟଣ ମାନସିଂହ ହରିଚନଦନ
ରାଜା କରିଥିଲେ ଜାଣ ।
ବଡ଼ମ୍ବା ସୀମାନ୍ତ ପଶ୍ଚିମରେ ଅନ୍ତ
ଯେହ୍ନେ ହୋଇଅଛି ଶେଷ ,
ସଂକୀର୍ଣ୍ଣ ସ୍ଥାନଟି ରାସ୍ତା ପାର୍ଶ୍ଵବର୍ତ୍ତୀ
ହେଲା ସେଠି ବସ ବାସ ।
ରାଜାଙ୍କ ପ୍ରୟାସେ ଘେନି ରାସ୍ତା ପାଶେ
ନ୍ୟସନ କରିଲେ ଗାଆଁ,
ନରସିଂହପୁର ପ୍ରବେଶର ଦ୍ଵାର
ସେହି ମୋର ମାଟି ମାଆ ।
ବାଲି ପାଶେ ଥିଲୁ ସେଥିପାଇଁ ବୋଲୁ
ଗାଆଁ ଆମ ବାଲିଝରୀ,
ସମସ୍ତ ଶିକ୍ଷାରେ ଆମ୍ଭରି ସାଥିରେ
ନୁହେଁ ସଙ୍ଗେ କେହି ସରି ।
ମାର୍ଗଶିର ମାସେ ଗାଆଁ ଉଠି ହସେ
ଜାଣିଛି ସାରା ଅଞ୍ଚଳ ,
ମହାଲକ୍ଷ୍ମୀ ଯାତ ଉପଖଣ୍ଡେ ଖ୍ୟାତ
ଲାଗେ ଯେ କେତେ ଗହଳ ।
ମା ଦକ୍ଷିଣ କାଳୀ ଶୁଣୁଅଛି ଅଳି
ଧନ୍ୟ ମହିମା ତାହାର ,
ଚିତ୍ର କଳା ଭରା ମନ୍ଦିରଟି ସାରା
ଦେଖିଲେ ହେବ ବିଭୋର ।
ଅନନ୍ୟ ମନ୍ଦିର ଏ ଗଡ଼ଜାତର
ନବ ନିର୍ମିତ ଦେଉଳ ,
ଓଡ଼ିଶା ଭିତରେ ସର୍ବୋଚ୍ଚ ମଧ୍ୟରେ
ବଡ଼ ଏ କାଳୀ ମଞ୍ଜଳ ।
ଅନ୍ୟ ଏକ କୀର୍ତ୍ତି ଜାତୀୟତା ପ୍ରୀତି
ଧରିଅଛି ବାଲିଝରୀ,
ପ୍ରତିରକ୍ଷା କ୍ଷେତ୍ରେ ଗାଆଁ ଯୁବ ଯେତେ
ବହୁ କରନ୍ତି ଚାକିରି ।
ମା ଗୁହାଳ ଦେଇ ସାହା ଆମ୍ଭ ପାଇଁ
ଗ୍ରାମର ଗ୍ରାମ ଦେବତୀ ,
ତାର କୃପା ବଳେ ଆମ ଗାଆଁ ଭଲେ
ରହିଅଛି ସଦା ଶାନ୍ତି ।
ଅଛି କେତେ କଥା ମାଟି ମାଆ ଗାଥା
ରହିଛି ଅନେକ ବାକି ,
କହିଲେ ସରେନି ଶୁଣ ଜ୍ଞାନୀ ଗୁଣୀ
ଯାହା ମାଟି ମାଆ ସାକ୍ଷୀ ।