Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.0  

Pranati Jena

Inspirational Others

ମାଆର ମମତା

ମାଆର ମମତା

1 min
176


ମାଆର ମମତା ଜୀବନର ଗୀତା

  ଶ୍ରଦ୍ଧାପଣ ମଧୁଝରା,

କୋଟି ଧନ ସେହି ସ୍ୱର୍ଗର ସୁଷମା

   ପଣତେ ମୋର ଆସରା...


ନିସର୍ତ୍ତ ତାହାର ସେ ଭଲ ପାଇବା

    କଳି ହୁଏ ନାହିଁ କେବେ,

ସାରା ସଂସାରରେ ତା ମଧୁର ବୋଳା

    କଥା ବା କାହିଁ ଜଗତେ,


ମିଛ ରାଗ ଫୁଣି ଶାସନ ଆଳରେ

   ସଂସ୍କାରର ବାର୍ତ୍ତା ଦେଇ,

ସ୍ନେହରେ ତା ହାତ ଦେହ ଛୁଇଁଦେଲେ

    ସ୍ୱର୍ଗସୁଖ ଝରୁ ଥାଇ....


ଶାଶ୍ୱତ ଚେତନା, ଅମୃତ ଭାବନା 

   ସଂସାର ଗୀତା ବୁଝାଇ,

ଧର୍ମର ସଂହିତା ଭାଗବତ ଚିନ୍ତା 

   ଭଲ, ମନ୍ଦ ଜ୍ଞାନ ମୟୀ......


ମିଠା ଠାରୁ ମିଠା ବଚନ ତାହାର

   ସ୍ନେହ ତା ଦୁର୍ଲ୍ଲଭେ ଭରା,

ଭାବି ଦେଲେ କୋହ, ଲୁହ ଝର, ଝର

    ଦେବୀ ପ୍ରତିମା ମୋ ପରା.... ।


("ମାଆ ")ମାଟିରୁ ଆକାଶ ପରିବ୍ୟାପ୍ତ ତୋର

      ସ୍ନେହର ଜାହ୍ନବୀ ଧାରା,

     ତା ହୃଦୟେ କେବେ ଉଣା ବଚନର

       ଯନ୍ତ୍ରଣା ନ ଦିଅ ପରା.....


"ମାଆ "ଅମୃତରେ ଭରା ଦୁଇଟି ଶବ୍ଦ l ମାଟିରୁ ଆକାଶ ଯେ ପରିବ୍ୟାପ୍ତ ମମତାର ସାତ ସିନ୍ଧୁ ତେର ନଈ ଏକାକାର କରି ଦିଏ ପିଲା ପାଇଁ l ସ୍ୱର୍ଗ ଠାରୁ ବଡ଼ ଯାହାର ପଣତ... Il ଶ୍ରୀ ମନ୍ଦିର ନେତ ତାର ପିଲା ପାଇଁ.. କୋଟି ପ୍ରଣାମ ମାଆଙ୍କୁ ମୋର ॥


Rate this content
Log in

Similar oriya poem from Inspirational