STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ରଙ୍ଗର ପାର୍ବଣ..

ରଙ୍ଗର ପାର୍ବଣ..

1 min
341



ରଙ୍ଗ ମେଳଣରେ ସଜାଇ ଧରାରେ

    ପ୍ରୀତିରଙ୍ଗରେ ଫଗୁଣ,

ଫଗୁରେ, ଫଗୁରେ ବାସ୍ନା ସମ୍ଭାରରେ

    ବିଭୋର ମଧୁ ପାର୍ବଣ......


ଦୋଳେ ନବରଙ୍ଗେ ରାଧାକୃଷ୍ଣ ସଙ୍ଗେ

   ଆମ୍ବବଉଳ ମହକ,

ମହୋତ୍ସବମୟେ କାହ୍ନୁ କୁଞ୍ଜେ,କୁଞ୍ଜେ

  ରାଧାରାଣୀ ପ୍ରୀତିରାଗ.......


ପୁଣ୍ୟଭୂମି ସଂସ୍କୃତି ଗାଥାର ବିଭୁତି

   ଆଦ୍ୟକାଳୁ ଅନୁଭବ,

କଷ୍ଟରୁ କୃଷ୍ଣ ଓ ଶ୍ରଦ୍ଧାରୁ ରାଧାଟି

   ଆନ ବିନା ଅଧା ଭାବ.......


ମନ୍ଦ ମଳୟ ବିଭୋର ବାର୍ତ୍ତାମୟ

   ପୁରେ,ପୁରେ କୃଷ୍ଣସ୍ୱୟଂ 

କୋଇଲି କଣ୍ଠର ସ୍ୱରେ କୁହୁମୟ

    ପ୍ରୀତିଝରାଏ ଉନ୍ମୟ........


ମଧୁ ଚିତ୍ତଚୋରା ସୁଷମାର ଝରା

   ନବୀନ ନବ ପରଷେ,

ପିୟୁଷପତ୍ରରେ ଗୁନ୍ଥି ପ୍ରୀତିହାରେ

    ମହାମନ୍ତ୍ରରେ ହରଷେ.......


ଆପଣା ଅତୀତେ ସ୍ମୃତି ଅପାଶୋରା

    ଆଗମନେ ରାଧାଶ୍ୟାମ,

ବେଦୀରୁ ମୁରୁଜ କଳସ ସ୍ଥାପନା

    ଆସିବେ ସୁନ୍ଦର ରାମ.......


କୁନି ହୃଦୟର ଭଲପାଇବାରେ

    ନିଦ ହଜିଯାଏ ଦୂରେ,

ନିଃସଙ୍ଗ,ନିଶବ୍ଦେ ଲକ୍ଷେ ବର୍ଣ୍ଣାଳୀରେ

    ଅଙ୍କୁରିତ ଶ୍ରଦ୍ଧାତୀରେ.....


ବିଶ୍ୱାସ ଆସ୍ଥାର ଭରା ସାଗର'ରେ

    ଫଗୁଣ ସ୍ପର୍ଶରେ ରଙ୍ଗ,

ଦୋଳେ ଚ ଦୋଳ ଗୋବିନ୍ଦ ଦର୍ଶନରେ

    ଭିଜାଏ ହୃଦେ ତରଙ୍ଗ......


ଅମା ତିମିରିତେ ନବ ଅରୁଣିମା

   ରଙ୍ଗର ପ୍ରାଚୁର୍ଯ୍ୟ ଭରି,

ଚିର ଆକାଂକ୍ଷିତ ମଧୁର ଅଭିସ୍ପା

   ରସସୁଧା ରାସେଶ୍ଵରୀ.......


ପ୍ରଣତି ପ୍ରାଣର ପ୍ରିୟ ପ୍ରିୟତମ

   ପୁଲକିତ ସଦାମନ,

ପୁଣ୍ୟବଳେ ପ୍ରାପ୍ତି ହେ ପୁରୁଷୋତ୍ତମ

   ଦାସୀଭାବର ସୁମନ.......


ରଙ୍ଗରେ ରଙ୍ଗରେ ରଙ୍ଗ ବର୍ଣ୍ଣାଳୀରେ

   ଫଗୁଣ ଫଗୁରେ ଭିଜେ,

ରମଣୀୟ ସତେ କମନୀୟତାରେ

   ରଙ୍ଗେ ରଙ୍ଗାୟିଣ ହଜେ......


ହୃଦୟ ମନ୍ଦିରେ ଗୀତ ଗୋବିନ୍ଦରେ

     ମହ,ମହ ବାସଭରି,

ଆସ ଫଗୁ ହୋଇ ଭିଜାଇ ରଙ୍ଗରେ

     ପ୍ରଣତି ଆତ୍ମା ପ୍ରସରି......




Rate this content
Log in

Similar oriya poem from Inspirational