STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଶ୍ରୀରାଧାଙ୍କର ମର୍ତ୍ତ୍ୟବତରଣ

ଶ୍ରୀରାଧାଙ୍କର ମର୍ତ୍ତ୍ୟବତରଣ

1 min
281


  

ଅଯୋନି ସମ୍ଭୁତା ନିତ୍ୟ ଶ୍ରୀରାଧାରାଣୀ ମା

ବୃଷଭାନୁ,କୀର୍ତ୍ତିଦାଙ୍କ ଅହୋଭାଗ୍ୟ ଯାହା ହେ ll


ପ୍ରସ୍ଫୁଟିତ କଇଁପରେ ଶିଶୁ ରୂପ ନେଇ

ତିନିଦିନ ଚକ୍ଷୁ ମୁଦ୍ରିତ ଶ୍ରୀ ରାଧାଯହିଁ ଯେ ll


ଯଶୋଦାକୋଳେ କୃଷ୍ଣଙ୍କୁ ଦେଖିବାର କ୍ଷଣି,

ଆଖିଖୋଲି ଚାହିଁଥିଲେ ରାଧା ତତକ୍ଷଣି ଯେ ll


କୃଷ୍ଣପ୍ରେମେ ସମର୍ପିତ ରାଇ ବିନୋଦିନୀ

ରାସେଶ୍ୱରୀ ଦିବ୍ୟତା ବିଦଗ୍ଧ ଚିନ୍ତାମଣି ଯେ ll


ଶ୍ରୀରାଧା ଭାବକୁ ମହାଭାବ ହୃଦେଧ୍ୟାୟୀ

ପ୍ରଣତି ପଦ ପଙ୍କଜେ ଭ୍ରମରିକେ ହୋଇ ଯେ ll


ଭାଦ୍ରଶୁକ୍ଳ ଅଷ୍ଟମୀ ପରମ ସନାତନୀ

ରାଧାଷ୍ଟମୀ ଶିବସଂକଳ୍ପ ସୃଷ୍ଟିତ୍ତ୍ୱ ଘେନି ଯେ ll


ଧାରି,ଧାରା ଧରାପରେ ଶ୍ରୀରାଧା ନିର୍ଲିପ୍ତା

ସୁକ୍ଷ୍ମରୂପା ଗୁପ୍ତଦେହା ଗୌରାଙ୍ଗୀ ବିଚିତ୍ରା ଯେ ll


ଗୋପନୀୟ ତତ୍ତ୍ୱେ ପ୍ରଭୁ ନାଭିକେନ୍ଦ୍ର ବାସୀ,

ନିଶ୍ଚଳଭାବ ପ୍ରଦାୟୀ କରିନିଅ ଦାସୀ ହେ ll


ସର୍ବବିଧ ଐଶ୍ୱର୍ଯ୍ୟର ମୂଳ ଅଧିଷ୍ଠାତ୍ରୀ

ସ୍ୱଲୋକେ ପୂଜିତ ରାଧା କୃଷ୍ଣ,ବିଷ୍ଣୁପ୍ରୀତି ଯେ ll


କୃଷ୍ଣାୟୀ ତ୍ରିଗୁଣାତ୍ମିକା ବ୍ରହ୍ମ ସ୍ୱରୂପିଣୀ,

କୃଷ୍ଣାହ୍ଲାଦ ପ୍ରୋକ୍ତା ରାଧିକା ସ୍ୱ ଆକର୍ଷିଣି ଯେ ll


ରାସଚକ୍ରାଧିଶ୍ୱରୀ ମାତା ଚାରୁହାସିନୀ,

ନିଶସ୍ତ୍ରାରୁ ଚର୍ତୁଭୁଜା ଭୟ ବିମୋଚିନୀ ଯେ ll


ନାମ ଉଚ୍ଚାରଣେ ପାପୀପାପ ନାଶ ଯାଇ,

ମହାଭାବ ଭବେ ଭାବି ମୁକ୍ତିପ୍ରାପ୍ତ ହୋଇ ଯେ ll


ବୃନ୍ଦାବନଧୀଶେ ଶ୍ରୀ ରାଧାନାମେ ମଜ୍ଜିଣ

ଭକ୍ତପରି ପ୍ରିୟ ତାଙ୍କ ରାଧାରାଣୀ ଜାଣ ଯେ ll


ଲକ୍ଷ୍ମୀ ସ୍ୱରୂପା ଜନନୀ ସର୍ବଲକ୍ଷ୍ମୀମୟୀ,

ରାଧା,ରାଧା ଧାରା ହୃଦରାଜ୍ୟେ ଶ୍ରୀମୟୀ ଯେ ll


ରସସ୍ରଷ୍ଟା ରାସମୟ ବିରହୀ ରାଗିଣୀ,

ରାଧେ ବୃନ୍ଦାବନେଶ୍ୱରୀ କୃଷ୍ଣଅଂଶ ଫୁଣି ଯେ ll


ଦିବ୍ୟପ୍ରବାହ ଧାରାରେ ଶ୍ରୀରାଧା ରସଜ୍ଞା,

କଳ୍ପେକଳ୍ପି ନ ପାରନ୍ତି ଇଚ୍ଛାମୟ ଆଜ୍ଞା ଯେ ll


ଭାଗ୍ୟ,ଅହୋଭାଗ୍ୟ ହେଉ ଇଚ୍ଛାମୟୀ ରାଧେ

ପ୍ରଣତିଦାସୀ ଭାଗ୍ୟକାଶେ ଚନ୍ଦ୍ରମା ସାନିଧ୍ୟେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational