STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

1 min
369


ନାରୀ ନାରାୟଣୀ ଶ୍ରଦ୍ଧା ସ୍ୱରୂପିଣୀ

    ବଚନରେ ସ୍ୱୟଂସିଦ୍ଧା,

ଅମୃତ ଦାୟିନୀ କର୍ମେ ତପସ୍ୱିନୀ

   ନାରୀଧର୍ମେ ହୁଏ ଜିତା......l


ଶବ୍ଦରେ ଶବ୍ଦରେ ଭାବର ମାଧୁରୀ

   ନିଅଇ ହୃଦୟ କିଣି,

ଯେତେ ଝଡ଼,ମୋଡ଼ ବିଷାଦକୁ ହରି

    ଲେଖନୀ ପରଷେ ବାଣୀ.....l


ସମୟ ନଈରେ ସ୍ବପ୍ନ ବୁଣିଦେଇ

   ପୁଣ୍ୟ ଜାହ୍ନଵୀରେ ଭରା,

ଶବ୍ଦ ବିଶାରଦା ପ୍ରେରଣା ଆଙ୍କଇ

    ନିସର୍ତ୍ତ ଛନ୍ଦର ଧାରା.....l


କେବେ ପ୍ରତିକୂଳ କେବେ ସେ ଉତ୍ତାଳ

  ଲଙ୍ଘି ଏ କୂଳ ସେ କୂଳ,

ଦକ୍ଷ କାବ୍ୟଝରେ ଶବ୍ଦନଈ କୁଳ

    ସ୍ବପ୍ନରଙ୍ଗ ଶତଦଳ......l


ସଂସାରକୁ ଗଢି ରୂପ,ରଙ୍ଗ ଭରି

   ସ୍ନେହ ମମତାର ମୋତି,

ଏକସୂତ୍ରେ ଧରି ସାଗର'ର ତରୀ

    କ୍ଷମା,ଦୟା ଭାବସତୀ....l


କଳ୍ପବୃକ୍ଷ ପ୍ରାୟେ ଅନ୍ୟ ସୁଖ ପାଇଁ

   କ୍ଳେଶକୁ ଆନନ୍ଦେ ସହେ,

ଶ୍ରମକୁ ସାଧନା ଭବେ ନିରାଜନା

  ବ୍ୟଥିତ କେବେ ସେ ନୁହେଁ.....ll


Rate this content
Log in

Similar oriya poem from Inspirational