STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ମାଆର ମମତା

ମାଆର ମମତା

1 min
137

ବର୍ଷ ବର୍ଷ ଧରି      ସମାଧାନ ପାଇଁ

ଦ୍ବନ୍ଦ୍ବ-ସଂକୋଚର ପଥେ

କେତେ ଦେବାଳୟେ ଅର୍ଘ୍ୟ ବାଢିଆସେ

ଅସମ୍ପୂର୍ଣ୍ଣ ମନୋରଥେ

ଏତେ ବିଗ୍ରହରୁ    କେଉଁଠି ଥିବେ ତ

ନିଜର ଦେବତା ଜଣେ

କିଏ ତେବେ ସିଏ    ଯାହାଙ୍କ କୃପାରୁ

କୃତାର୍ଥ କଦବା ମଣେ

ଅମୂର୍ତ୍ତ ପ୍ରଭାବୀ     ଆତ୍ମଗୋପନର

ରହସ୍ୟକୁ କରି ଭେଦ

କେଉଁ ସାମଞ୍ଜସ୍ୟେ   ଚତୁର କଥନେ

ଭୁଲେ ସେ ମନର ଖେଦ

ଦୂରେ ଅବା ପାଶେ   ପ୍ରାଣର ପରାସେ

ମୁକ୍ତି କି ବାଞ୍ଛଇ ନାହିଁ

ଜନନୀ ବୋଲି ସେ  ଯାହା ବି ମନାସେ

ସନ୍ତତି ସନ୍ତୁଷ୍ଟି ଚାହିଁ

ସଂସାର ହାଟର    ଇନ୍ଦ୍ରଜାଲେ ଫସି

କାଳ ସିନା ଯାଏ ବିତି

ପରଲୋକେ ଥାଇ   ମାନସେ ନିରତ

ଜଣାଏ ତା' ଉପସ୍ଥିତି

ଆଦିମ ଯୁଗରୁ     କବିହୃଦେ ଆଙ୍କି

ଉଦାର ଭାବର ମୁଦ୍ରା

ଲଳିତ ମଧୁର   ଗୀତରେ ଭରେ ସେ'

ବାତ୍ସଲ୍ୟ ରସର ସୁଧା

ସତ୍ୟ ଚିରନ୍ତନ     ଶାଶ୍ୱତ ସ୍ମୃତି ତା'

ମସ୍ତିଷ୍କରେ ଥାଏ ଭରି

ଜଞ୍ଜାଳେ ଥିଲେ ବି   ମାଆର ମମତା

ପାରେନା କଦାପି ମରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract