STORYMIRROR

Sagar Kumar Parida

Abstract Classics

3  

Sagar Kumar Parida

Abstract Classics

ମାଆର ମମତା

ମାଆର ମମତା

1 min
210

ମାଆର ମମତା ସ୍ନେହର ସାଗର

ଏହି ନଶ୍ୱର ସଂସାରେ,

ମାଆ ପରି ସ୍ନେହ ଦେବ କିଏ ଆଉ

ଆମକୁ ଏ ଜୀବନରେ।।

ଖାଇ ନ ଥିଲେ ସେ ଉପାସରେ ଥାଏ

ଖୁଆଇବ ମୋତେ ଖାଦ୍ୟ,

ମୋ ଦେହ ଖରାପ ହୋଇଥିଲେ ମାତା

ନେତ୍ରୁ ଅଶ୍ରୁ ଅବିରତ।।

ଦୁଃଖୀର ଦୁଃଖକୁ ସହି ନ ପାରି ମା

ସାହାଯ୍ୟର ହାତ ବଢ଼ାଇଥାଏ,

ପାଠ ପଢି ଭଲ ମଣିଷ ହେବାକୁ

କେତେକେତେ ଉପଦେଶ ବତାଏ।।

ଭାଇ ଭଉଣୀରେ କଜିଆ ହୋଇଲେ

ମାଆ କହେ ତୁମେ ବୀର ସନ୍ତାନ,

ନିଜ ନିଜ ମଧ୍ୟେ ମିଳିମିଶି ଚଳ

ଦେଶର ରଖିବ ମାନ ସମ୍ମାନ।।

ପର୍ବ ପର୍ବାଣୀରେ କେତେ ପିଠା ପଣା

ମାଆ କରିଥାଏ ରୋଷେଇ ଶାଳେ,

କେତେ ପ୍ରକାରର ଖାଦ୍ୟ ଆମେ ଖାଉ

ସବୁ ପରିଶ୍ରମ ମା କିନ୍ତୁ କରେ।।

ମମତା ସାଗର ମନ୍ଥନୁ ସଂମ୍ଭୁତ

ହୋଇ ମାଆ ନାମ ବିଶ୍ୱବିଖ୍ୟାତ,

ମାଆ ପରା ଆମ ଅତି ଆପଣାର

ତାପରି ମହାନ କିଏ କୁହତ ?

ନିଜ ଜୀବନକୁ ଆମରି ସେବାରେ 

ସାରିଦେଲା ପରା ଆମରି ମାଆ,

କରିବା ଶପଥ ବୃଦ୍ଧ ଅବସ୍ଥାରେ

ହେବା ଆମେ ଆମ ମାଆର ସାହା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract