Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2.8  

Sadananda Sahoo

Inspirational

ମାଆର ବିକଳ୍ପ କଳ୍ପନାତୀତ

ମାଆର ବିକଳ୍ପ କଳ୍ପନାତୀତ

2 mins
13.8K



ମାଆ ପରି କେହି ନାହିଁ ଏ ଜଗତେ

ଭାବନା ର ଅନ୍ତରାଳେ ;;

ମାଆ ର ବିକଳ୍ପ ସତେ ଅସମ୍ଭବ

ଏତେ ବଡ ମହୀତଳେ !!!

ମାଆ ର ପଣତ ସୁରକ୍ଷା କବଚ

ବିପଦ କୁ ଟାଳି ପାରେ ;;

ମାଆ ପାଶେ ଥିଲେ ଫୁଲବର୍ଷା ହୁଏ

ବିଷ ରୁ ଅମୃତ ଝରେ !!!!

ମାଆ ଆଶୀର୍ବାଦ ଶୁଭପ୍ରଦାୟକ

ଆହାକି ଏ ଭାବମୟ ;;

ସବୁ ଅସମ୍ଭବ ହୁଅଇ ସମ୍ଭବ

କାହାକୁ ନ ଥାଏ ଭୟ !!!

ମାତା ଗର୍ଭଧାରୀ ବ୍ରତ ଉପଚାରି

ମଙ୍ଗଳ ବିଧାନ କରେ ;;

ବାରମାସେ ତେର ପାଳଇ ପରବ

ଉପବାସେ ଦିନ ସରେ !!!

ଯେତେ ଦୂରେ ଥିଲେ ଶୁଭସେ ମନାସେ

ସନ୍ତାନ ର ସୁଖ ପାଇଁ ;;

ଫେରିଲା ବାଟ କୁ ରହିଥାଏ ଚାହିଁ

ନିଦ ଜମା ଶୁଏ ନାଇଁ !!!!

ଆଖିରେ ସପନ ଫେରିନି ମୋ ଧନ

ମାଆ କରେ ଗୁଣ ଗାନ ;;

ମାଆ ଜାଣିପାରେ ଏ ଭବ ସଂସାରେ

ଅନ୍ତର ବେଦନା ମନ !!!!

ଯାତନା କବଳେ ମାଆ ଲୁହ ଢାଳେ

କରେନାହିଁ ପ୍ରତିବାଦ ;;

ସନ୍ତାନ ର ସୁଖ ଏକମାତ୍ର ଲକ୍ଷ୍ୟ

କରେ ସିଏ ଫଳପ୍ରଦ !!!!t

ରୋଗ ଦୁର୍ବିପାକ ମାଆ କରେ ଦୂର

ମନ୍ଦିର ରେ ଦୀପ ଜାଳି ;

ରାତିଉଜାଗରେ ସେବାକେତେ କରେ

ପ୍ରୀତିର ପରଶ ଢାଳି !!!

ମାଆ ଚିହ୍ନେ ପେଟ ନକରି ଆକଟ

ଅମୃତ ମଣୋହି ଦେଇ ;;

ମାଆ ପରି କିଏ ହବ କୁହ ସତେ

ସ୍ୱାର୍ଥରୁ ଉର୍ଦ୍ଧରେ ରହି !!!!!

ମାତାଗର୍ଭ ଧାରୀ ସ୍ୱୟଂପୂର୍ଣ୍ଣା ନାରୀ

ଏ ସୃଷ୍ଟିରେ ବୈଚିତ୍ର୍ୟ ମୟୀ ;;

ଦଶମାସ ଧରି ଉଦର ସମ୍ଭାଳି

ହୋଇ ଥାଏ କାଳଜୟୀ !!

ହେ ସନ୍ତାନ ସନ୍ତତି କରୁଛି ବିନତି

ମାଆ କୁ ଦେବନି ଦୁଃଖ ;;

ଏ ରମ୍ୟ ସୃଷ୍ଟି କୁ ଆଣିଛି ଆମକୁ

କେତେ ବଡ ତା'ର ତ୍ୟାଗ !!

ହେ ସଭ୍ୟ ସମାଜ କରେ ଅନୁରୋଧ

କର ହେ ପ୍ରତିଜ୍ଞା ସର୍ବେ ;

ମାଆ କୁ ସମ୍ମାନ ରମ୍ୟ ଉପହାର

ସମର୍ପିବା ଖୁସି ରବେ !!!

ମାଆ ଆମ ମନ ମାଆ ଆମ ଧନ

ମାଆ ଆମ ସ୍ୱପ୍ନ ଆଖି ;;

ମାଆ ହଜି ଗଲେ ମନ ମରିଯିବ

ହୋଇ ଯିବା ଚିର ଦୁଃଖି !!


sadananda sahoo ;(employee)

କେନ୍ଦ୍ରୀୟ କାରାଗାର ;କଟକ ; ଚୌଦ୍ୱାର

ph-97761 84 548


Rate this content
Log in