STORYMIRROR

Prahallad Sahoo

Classics Inspirational Children

3  

Prahallad Sahoo

Classics Inspirational Children

ମାଆର ବାତ୍ସଲ୍ଯ ପ୍ରେମ

ମାଆର ବାତ୍ସଲ୍ଯ ପ୍ରେମ

2 mins
173

"ଝୁଲରେ ଝୁଲା ଝୁଲ୍

ମୋ କୁନା 

ବାଆ ପାଣି ଖାଇ ଫୁଲ୍"


ମାଆ ସବୁ ସୁଖ ଶାନ୍ତି ଅନ୍ଯକୁ ବାଣ୍ଟିପାରେ

କିନ୍ତୁ ନିଜ କଷ୍ଟ ଆଉ କାହାକୁ ବାଣ୍ଟେନା,

ମାଆ ଦଶ ମାସ ଦଶ ଦିନ ଗର୍ଭଧାରଣ କରି 

ଅନେକ କଷ୍ଟ ଯନ୍ତ୍ରଣା ସହିପାରେ 

ମାଆ ଦଶ ବର୍ଷ ଦଶ ଦଶନ୍ଧି ପରେ ବି

ତା ସନ୍ତାନକୁ କେବଳ ଆଶୀର୍ବାଦ କରେ। 


ମାଆ ଖୁସିରେ ଆତ୍ମହରା ହୋଇପାରେ 

ଦୁଃଖରେ ସହନଶୀଳା

ମାଆ ଚିନ୍ତାରେ ଚୈତନ୍ଯ ଆଣିପାରେ

ଭାବନାରେ ମୋତି ହୀରା ।


ମାଆ ନିଜେ ସଳିତା ପରି ଜଳି ଜଳି 

ଅନ୍ଯପାଇଁ ସବୁକିଛି କରିପାରେ 

ନବଜାତ ଶିଶୁଟି ଝୁଲାରେ ଝୁଲୁଥିବା 

ଦେଖିଦେଇ ଆତ୍ମବିଭୋର ହୋଇଯାଏ।


ମାଆ ନିଜ ସନ୍ତାନକୁ ସୁଖ ଶାନ୍ତି ଅଜାଡି ଦିଏ

ମାଆ ନିଜ ସନ୍ତାନର ଦୁଃଖ କଷ୍ଟ ସହିପାରେନା

ନିଜ ସନ୍ତାନ ପାଇଁ ନିଜେ ନଖାଇ ନପିଇ

ଦିନ ଦିନ ଉଜାଗର ରହିପାରେ

ତା' ନିଦ୍ରାର ବ୍ଯାଘାତ ନଘଟୁ, ସେଥିପାଇଁ

ସେ ସୁରକ୍ଷିତ ଝୁଲାରେ ତାକୁ ନାନାବାୟା ଗୀତ ଗାଇ

ଝୁଲେଇ ଝୁଲେଇ ଶୁଆଇଥାଏ।


ମାଆ ସର୍ବଂସହା 

ମାଆ ମମତାମୟୀ

ମାଆ ସ୍ନେହମୟୀ

ମାଆ କଷ୍ଟସହିଷ୍ଣୁ 

ମାଆ ସ୍ନେହ ବାଣ୍ଟେ, ମମତା ବାଣ୍ଟେ, 

ମାଆ ପ୍ରୀତି ବାଣ୍ଟେ, ଦୁଃଖ ସାଉଣ୍ଟେ

ବୋଧହୁଏ ସେଇଥିପାଇଁ

କେହି କେହି ତାକୁ ଦୁଃଖିନୀ କହନ୍ତି

କେହି କେହି ତାକୁ ମୁକ୍ତିଦାୟିନୀ କହନ୍ତି ।


ସେହି ଲୋରୀ.. 

ଝୁଲରେ ହାତୀ ଝୁଲ୍

ବାଆ ପାଣି ଖାଇ ଝୁଲ୍

ମାଆର ବାତ୍ସଲ୍ଯ ମମତାରେ 

ସନ୍ତାନ ମାଆକୁ ପ୍ରଥମେ ଚିହ୍ନେ

ମାଆ ଦ୍ବାରା ପିତାକୁ ଚିହ୍ନିବା ଶିଖେ

ଧୀରେ ଧୀରେ କ୍ରେଡଲରୁ ବାହାର ଦୁନିଆ ଦେଖେ

ମାଆ ଆଖିରେ ସାରା ସଂସାର ପଢିବା ଶିଖିଥାଏ।


ମାଆ ତ ଏକ ସ୍ବୟଂ ସମ୍ପୂର୍ଣ୍ଣ ଅଭିଧାନ

ମାଆ କେବଳ ଏକ ଶବ୍ଦ ନୁହେଁ 

ସନ୍ତାନ-  ମାଆର ମୁହଁରୁ ଭାଷା ଅନୁକରଣ କରେ

ମାଆର ଇଙ୍ଗିତରୁ ଦିଶା ନିରୂପଣ କରେ।


ମାଆ ନୁହଁଇ ବ୍ୟକ୍ତି ବିଶେଷ

ମାଆ ଏକ ନିର୍ଭରଯୋଗ୍ୟ ଅନୁଷ୍ଠାନ,

ମାଆ ଉପରେ ନିର୍ଭରଶୀଳ ସମାଜ

ମାଆ ଉପରେ ନିର୍ଭର କରେ ସନ୍ତାନ 

ମାଆ ଉପରେ ନିର୍ଭର କରେ ପରିବାର

ମାଆ ନିଜ ସନ୍ତାନ ପାଇଁ ଜୀବନ ଦେଇଦିଏ

ମାଆ ତା'ର ସନ୍ତାନ ପାଇଁ 

ଆକାଶରୁ ଜହ୍ନ ତୋଳିପାରେ

ମାଆ ତା'ର ସନ୍ତାନ ପାଇଁ

ହୃଦୟରୁ ରୁଧୀର ଢାଳିପାରେ।


ମାଆ ସେ ଚିର ପୂଜ୍ୟନୀୟା 

ମାଆ ସେ ନିତ୍ଯ ବନ୍ଦନୀୟା

ମାଆ ସେ ସଦା ଅତୁଳନୀୟା

ମାଆ ହାତେ ଗଢିହୁଏ ମନ୍ଦିର ସମ ଘର

ମାଆ ପାଳିପାରେ ସନ୍ତାନକୁ କରି ଆଦର।


ମାଆ କେତେ କଷ୍ଟ ଯନ୍ତ୍ରଣା ସହି

ତା ସନ୍ତାନଙ୍କୁ କରିଥାଏ ଉପଯୁକ୍ତ,

ମାଆ ନିଜ ଛାତିରେ ଜାବୁଡି ଧରି

ସନ୍ତାନର ଗୋଇଠାରେ ଛାତିକୁ କରେ ଶକ୍ତ।


ମାଆ କେବେ କରେନି ପାତର ଅନ୍ତର 

ଅବା ସତ ମିଛର ଭାଗବଣ୍ଟା 

ମାଆ କେବେ ସହେନି ଦୁଃଖ ସନ୍ତାନର

ଅବା ପ୍ରକାଶ କରେନି ଅସହାୟତା ।।



Rate this content
Log in

Similar oriya poem from Classics