Smruti Rani Behera

Abstract

3  

Smruti Rani Behera

Abstract

ମାଆ

ମାଆ

1 min
363


ଏ ମର୍ତ୍ତ୍ୟ ମଣ୍ଡଳକୁ ଆସିଛି ମଆ ତୁମରି କାରଣରୁ,     

ଲିଭିବନି ମାଆ କେବେ ତୁମ ନାମ ହୃଦୟରୁ ।       


 କେତେ ଦୁଃଖକଷ୍ଟ ସହି ଦେଇଛ ଜନ୍ମ,            

ତୁମ ପାଇଁ ସନ୍ତାନ ହିଁ ତୁମରି ଜୀବନ ।                                             

 ସନ୍ତାନ ପାଇଁ ଲଢିଯାଅ ସଂସାର ସାଥିରେ,          

ତୁମ ସାଥେ ବନ୍ଧା ମୁଁ ତୁମ ମମତା ଡୋରିରେ ।    


 ସଂସାରରେ ନାହିଁ କେହି ହେବାକୁ ତୁମ ସଂଗେ ତୁଳନା,   

ଶବ୍ଦ ବି କମ୍ ପଡିଯିବ ମାଆ କରିବାକୁ ତୁମ ବର୍ଣ୍ଣନା ।                                    

ଅମୂଲ୍ୟ ରତ୍ନ ଠାରୁ ଅଧିକ ଉଜ୍ଜ୍ଵଳ ତୁମ ହୃଦୟ,       

ତୁମ ହସ୍ତ ମୋ ମସ୍ତକରେ ଥିେଲେ କରିବି ନିଶ୍ଚେ ମୁଁ ସଂସାରକୁ ଜୟ ।                         


ମର୍ତ୍ତ୍ୟପୁରୀ ବି ସ୍ବର୍ଗ ଲାଗେ ଯେବେ ମାଆ ତୁମେ ହସିଦିଅ,                                

ଈଶ୍ୱରଙ୍କ କୃପାରୁ ମାଆ ତୁମେ ସଦା ସୁଖେ ଥାଅ ।


Rate this content
Log in

Similar oriya poem from Abstract