ମୋ ଭାରତ ମହାନ୍
ମୋ ଭାରତ ମହାନ୍
ସବୁଠୁ ସୁନ୍ଦର ଭାରତ ମୋର,
ଐତିହାସିକ କଳାର ଗନ୍ତାଘର ।
ଏଠି ନେଇଛନ୍ତି ଜନ୍ମ କେତେ ବୀର ପୁରୁଷ,
ଗାନ୍ଧୀଙ୍କ ଠାରୁ ସୁଭାଷ ବୋଷ୍ ।
ଏଠି ଜାତି ଗୋତ୍ରର ନାହିଁ ବାଛ ବିଚାର,
ସମସ୍ତେ ଏଠି ଗୋଟିଏ ପରିବାରର ।
ଏଠି ହିନ୍ଦୁ ମୁସିଲିମ୍ ଭାଇ ଭାଇ,
ସଭିଏଁ ରୁହନ୍ତି ଏକାଠି ହୋଇ ।
ଏଠି ବହୁଛି ପବିତ୍ର ନଦୀ ଗଙ୍ଗା ଯମୁନା,
ଏଇ ମୋ ଭାରତ ଯାର ଜଗତେ ନାହିଁ ତୁଳନା ।
ଏଠି ଜନ୍ମ ନେଇଛନ୍ତି ସ୍ୱୟଂ ଭଗବାନ,
ଭାରତ ମୋର ସବୁଠୁ ମହାନ୍ ।