ପାର୍ବଣ ରାଣୀ ମାଆ ଦୁର୍ଗା
ପାର୍ବଣ ରାଣୀ ମାଆ ଦୁର୍ଗା
ଧରାପୁଷ୍ଠରୁ ପାପର ଭାର କମେଇବା ପାଇଁ,
ଆସିଛ ମାଆ ତୁମେ ଦୁର୍ଗତିନାଶିନୀ ଦୁର୍ଗା ରୂପ ନେଇ ।ଅଗ୍ନିରୁ ହୋଇଛ ମାଆ ତୁମେ ଜାତ,
ରାକ୍ଷସଙ୍କର ମାଆ ତୁମେ କରୁଛ ନିପାତ ।
ମାଆ ତୁମେ ସଂକଟ ମୋଚନୀ ଜଗମୋହିନୀ ହୋଇ,
ଧରାକୁ ଅବତରଣ କରିଛ ଦୁରାଚାରୀ ମହିଷାସୁରର ବିନାଶ କରିବା ପାଇଁ ।
ମାଆ ତୁମର ଆଗମନରେ ଧରାପୃଷ୍ଠ ଉଠୁଛି ନାଚି ,
ଶଙ୍ଖ ତୁରୀ ହୁଳହୁଳୀ ଢୋଲ ବାଜି ।
ଆସୁଛ ମାଆ ସିଂହବାହିନୀ ଦଶ ଭୁଜା ,
ପୂଜା ମଣ୍ଡପ ହେଲାଣି ସଜା ।
ଦେବା ଦେବୀ ମାନଙ୍କ ମଧ୍ୟରେ ତୁମ ସ୍ଥାନ ଅନନ୍ୟ ,
ତୁମ ଦରଶନ ପାଇ ଜୀବନ ହୋଇଯିବ ମୋର ଧନ୍ୟ ।