Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Rani Behera

Inspirational

4  

Smruti Rani Behera

Inspirational

ଗୁରୁ କବିତା

ଗୁରୁ କବିତା

1 min
624


ଏ ସଂସାରେ ବଞ୍ଚିବା ନିମନ୍ତେ ଜ୍ଞାନ ଆବଶ୍ୟକ,      

ଜ୍ଞାନକୁ ଲଭିବା ନିମନ୍ତେ ଗୁରୁ ଆବଶ୍ୟକ ।      


ଏ ସ୍ଵାର୍ଥପର ଜଗତରେ କେହି ନୁହେଁ କାହାର,     

କିନ୍ତୁ ଦେବ ତୁଲ୍ୟ ଗୁରୁ ତୁମେ ଏକା ନିଜର ।   


ଗୁରୁ ତୁମେ ଜ୍ଞାନ ରୂପକ ସୂର୍ଯ୍ୟ,          

ଚିତ୍ତରେ ରହିବ ସଦା ତୁମ ସ୍ଥାନ ଉଚ୍ଚ ।       


ବାଟବଣା ହେଲେ ତୁମେ ବାଟ ଦେଖାଇ ଦିଅ,     

ଏ ଦୁଃଖମୟ ସଂସାରେ ତୁମେ ବଞ୍ଚିବା ଶିଖାଇ ଦିଅ।                     


ତୁମେ ଜାତି ଗୋତ୍ର କର ନାହିଁ ବାଛବିଚାର ,      

ସମସ୍ତଙ୍କୁ ଦିଅ ତୁମେ ସମାନ ଶିକ୍ଷାର ଅଧିକାର ।     


ଆଲୋକର ପ୍ରଦୀପ ତୁମେ ଅନ୍ଧାର ପଥର,      

ବିପଦରେ ପଡିଲେ ସଦା କର ତୁମେ ଉଦ୍ଧାର ।                       


ଗୁରୁ ତୁମେ ଜ୍ଞାନର ରାଜା ,           

ହୃଦୟରେ ହୁଏ ତୁମରି ପୂଜା ।          


ଆମ ଜୀବନରେ ଅଛି ତୁମର ବଡ ଅବଦାନ ,     

ଗୁରୁ ତୁମେ ଆମ ପାଇଁ ଈଶ୍ଵରଙ୍କ ବରଦାନ ।                        


ଗୁରୁ ତୁମେ ସ୍ଵୟଂ ବ୍ରହ୍ମା ବିଷ୍ଣୁ ମହେଶ୍ଵର,        

ଯୋଡୁଥାଉ ଏ ସଂସାର ସଦା ତୁମ ଆଗେ କର ।     


ଦିବ୍ୟ ତୁମର ଅମୃତ ବାଣୀ ,           

ତୁମ ଚରଣରେ ରହିଅଛି ସଦା ଆମେ ଋଣୀ ।                        


ତୁମେ ଆମ ପୂଜା ଆମେ ତୁମ ପୂଜାରୀ ,       

ତୁମ ହସ୍ତ ମସ୍ତିକେ ଥିଲେ ଯିବୁନି କେବେ ଆମେ ହାରି ।  


ଗୁରୁ ତୁମେ ସଂକଟ ମୋଚନ ଜ୍ଞାନର ଭଣ୍ଡାର,     

ଗୁରୁଦେବ ତୁମକୁ ମୋର କୋଟି କୋଟି ନମସ୍କାର ।



Rate this content
Log in

Similar oriya poem from Inspirational