କୋଣାର୍କ
କୋଣାର୍କ
ପଥର ଦେହରେ ନିହାଣ ମୁନରେ
ନିର୍ମିତ ହୋଇଛ କୋଣାର୍କ,
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଶୋଭା ପାଇ
ବିଶ୍ଵେ ହୋଇଛ ତୁମେ ଅଲୌକ ।
କେତେ ନିର୍ତ୍ତକୀ ନୃତ୍ୟ କରୁଛନ୍ତି
ଦେଇ ଭାବ ଭଙ୍ଗୀ ତୁମ ଶରୀରେ,
କେତେ ଯେ ପ୍ରତିମା ସିଂହ, ହାତୀ, ଘୋଡା
ଶୋଭା ପାଉଛନ୍ତି ତୁମ ମନ୍ଦିରେ ।
ଆଜି ତୁମେ ଅର୍ଦ୍ଧ ଭଗ୍ନ ଭାବେ ରହିଛ ପଡି,
କଳିଙ୍ଗ ଚକ୍ଷୁରୁ ଲୋତକ ପଡୁଛି ଝଡି
ତଥାପି ଅସାଧାରଣ କାରୁକାର୍ଯ୍ୟର
ତୁମେ ଗନ୍ତା ଘର, ବିଶ୍ଵେ ନାହିଁ ତୁମର
ତୁମର ପଟାନ୍ତର ।