Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Rani Behera

Inspirational

3  

Smruti Rani Behera

Inspirational

ଉତ୍କଳ ଜନନୀ

ଉତ୍କଳ ଜନନୀ

1 min
437


ଉତ୍କଳ ଜନନୀ କଲ୍ୟାଣ ପ୍ରଦାୟୀ,         

ତୁମେ ମମତାମୟୀ ସେନେହମୟୀ ।        


ଧରା ପୃଷ୍ଠେ ଅବତରଣ ହୋଇ,          

ରଖିଛ ଉତ୍କଳୀୟମାନଙ୍କୁ କାନି ପଣତେ ଘୋଡାଇ ।                      


ସବୁ କଷ୍ଟ ସବୁ ଦୁଃଖ ନିଜେ ସହ୍ୟ କର ଆଗଭର ହୋଇ,  

ସନ୍ତାନସନ୍ତତିମାନଙ୍କ ଉପରେ ବିପଦ ପଡିବାର ଆଭାସ ପାଇ ।                 


ସାଗର ତୁମ ଚରଣ ଧୌତ କରିଯାଏ ,       

ସେ ସାଗର ତୁମ ଚରଣ ସ୍ପର୍ଶ ପାଇ ଅନ୍ୟ ହୋଇଯାଏ ।                     


ଉତ୍କଳ ଜନନୀ ତୁମେ ସ୍ୱର୍ଗାଦପି ଗରୀୟସୀ ,      

ତୁମ କୋଳେ ଜନମି ଆମେ ଉତ୍କଳୀୟ ହୋଇଛୁ ଭାରୀ ସାହାସୀ ।                


ତୁମ ଅବଦାନ ଆମ ପ୍ରତି ଅତୁଳନୀୟ ,       

ତୁମ କୋଳେ ଜନମି ଧନ୍ୟ ଆମେ ଉତ୍କଳୀୟ ।



Rate this content
Log in

Similar oriya poem from Inspirational