ଭାରତୀୟ ସେନା ମହାନ୍
ଭାରତୀୟ ସେନା ମହାନ୍
ବୀରତ୍ଵର ଗାଥା ଗାନ କରି ଆଗେଇ ଆସିଛ ସୈନିକ ଭାଇ ଭାରତ ମାଆ ର ମାନ ରଖିବା ପାଇଁ ଶପଥ ନେଇ ।
ଶତୃ ଠାରୁ ମାଆକୁ ରକ୍ଷା କରିବା ପାଇଁ ,
ଆସିଛ ଦୂରେଇ ପରିବାର ଠାରୁ ସ୍ନେହ ଡୋରି ଛିଣ୍ଡାଇ ।
ରଖୁଛ ତୁମେ ମାଆର ମାନ,
ମିଶିଯାଉ ପଛେ ଦେଶ ମାଟିରେ ତୁମ ଜୀବନ ।
ତୁମ ପାଇଁ ଆଜି ସୁରକ୍ଷିତ ଅଗଣିତ ଭାରତବାସୀ ,
ଭାରତୀୟ ସେନା ତୁମେ ଭାରି ସାହାସୀ ।  
;
ଶତୃ ରକ୍ତରେ ରଞ୍ଜିତ କରୁଛ ମାଆର ଶରୀର,
ତୁମେ ମହାବଳୀ ଭୀମଙ୍କ ଠାରୁ ବି ଶ୍ରେଷ୍ଠ ବୀର ।
ଦେଇ ବଳୀଦାନ ରଖିଛି ମାଆର ସମ୍ମାନ ,
ମୃତ୍ୟୁ ପରେ ବି ଶୁଭୁଛି ତୁମ ଜୟ ଜୟ ଗାନ ।
କେବଳ ମୃତ ତୁମ ଶରୀର,
ମୃତ୍ୟୁ ପରେ ବି ଆତ୍ମା ତୁମ ଅମର ।
ହେ ଭାରତୀୟ ସେନା ବୀର ବୀରାମାନ,
ତୁମକୁ ଭାରତବାସୀଙ୍କର କୋଟି ପ୍ରଣାମ ।