ମାଆ
ମାଆ
ମାଆ ନୁହେଁ କେବଳ ଗୋଟିଏ ଶବଦ
ସେ ଅଟେ ଓଁକାର ଧ୍ଵନି
ତା ପରି ବାତ୍ସଲ୍ୟ ପ୍ରେମର ଆସର
ପାଇବେ ନାହିଁ ଯେ କିଣି ।
ତା ଋଣ ସୁଝିଲେ ନିଅଣ୍ଟ ପଡିବ
ସାତଜନମର ପ୍ରାଣ
ସେ ଏକା ସଂସାରେ ପ୍ରତକ୍ଷ୍ୟ ଈଶ୍ୱର
ନକରରେ ହେୟ ମାନ ।
ଆକାଶ ନିଅଣ୍ଟ ମମତାରେ ତାର
ସାଗର ନିଅଣ
୍ଟ ବ୍ୟଥା
ତଥାପି ସେ କେବେ ହାର ମାନି ନାହିଁ
ନୁଆଇଁ ନିଜର ମଥା ।
ବକ୍ଷରୁ ନିଗାଡ଼ି ଅମୃତର ଧାର
ମେଣ୍ଟାଏ ସନ୍ତାନ କ୍ଷୁଧା
ଏଯୁଗ ସନ୍ତାନ ସେଇ ମାତାଙ୍କୁଯେ
ଦିଏନି ତୁରାଣୀ ସୁଦ୍ଧା
ଦିଏନି ତୁରାଣୀ ସୁଦ୍ଧା ।।