STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ମାଆ

ମାଆ

1 min
13.3K


ମା ବୋଲି ଡାକିଦେଲେ

ପ୍ରତିଧ୍ୱନୀ ଖେଳିଯାଏ ମାଟିରୁ ଆକାଶ ଯାଏ

ମାତ୍ର ସେଥାଏ ମୋ ଚେତନାରେ

ସେଥାଏ ମୋ ବେଦନାରେ

ପୁଣି ସେଥାଏ ମୋ ପ୍ରାର୍ଥନାରେ

ସେ ଥାଏ ମୋ ଆତ୍ମାର ପୁଲକରେ

ମୋ ସମଗ୍ର ସତ୍ତାକୁ ଆଲୋକିତ କରି

ପୃଷ୍ଟଭାଗରେ ଠିଆହୋଇଥିବା ଦେବୀଟିଏ |

ସେ ଜଗିଥାଏ ମୋ ବାଟକୁ

ଆକଟ କରିଥାଏ ମୋ ଚଗଲାପଣକୁ

ମୋ ଆଖିରେ ଟିକିଏ ଲୁହ ଦେଖିଲେ

ବାହୁନି ଉଠେ ଅନ୍ତର ଭିତରେ

କୁହ ଏମିତି କିଏ ଅଛି

ଯିଏ ଆଉଁସି ଦେଲେ ପିଠିରେ

ଗୁଣ୍ଡୁଚି ମୂଷା ଭଳି ମମତାର ସ୍ପର୍ଶ

ଆଙ୍କିହୋଇଯାଏ କାଳ କାଳ |

ତା ଆଖିର ଲୁହ

ଲୁଚାଇ ରଖି ନିଜ ଭିତରେ

ମୋ ଆଖିର ଟୋପା ଟୋପା ଲୁହ

ପୋଛିଦିଏ ତା ପଣତକାନିରେ

କୁହ ଏମିତି କିଏ ଅଛି

କିଛି ପାଇବାର ଆଶା ନ ରଖି

ଦେଇଚାଲେ ନିଜକୁ ତିଳ ତିଳ କରି

ସୁଖରେ ଦୁଃଖରେ, ସମ୍ପଦରେ ବିପଦରେ

ଭାବରେ ପୁଣି ଅଭାବରେ

ଋଣିହୋଇ ରହିଜାଏ ମୁଁ

ତା ‘ ଗଳାର ମାଳିଟିଏ ହୋଇ ଚିରକାଳେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children