STORYMIRROR

Ramachandra Bhutia

Abstract Inspirational

4  

Ramachandra Bhutia

Abstract Inspirational

ମାଆ ତୋ ପରି ନାହିଁ କେ ଆଉ

ମାଆ ତୋ ପରି ନାହିଁ କେ ଆଉ

1 min
605

ମାଆ ତୋ ପରି ନାହିଁ କେ ଆଉ

ତୋ ଚରଣେ ମୋର ଏତିକି ମିନତି

ତୋର ନାମ ଧରି ଏ ଜୀବ ଯାଉ

କିଛି ଲୋଡା ନାହିଁ ଆଉ

ମାଆ ତୋ ପରି ନାହିଁ କେ ଆଉ ।।


ମାଗିବା ଆଗରୁ ସବୁ ତୁ ଦେଇଛୁ

ଆଉ ଅଧିକ ଚାହେଁନା କିଛି

ଶେଷ ବେଳେ ମୋର ସାହା ତୁ ହୋଇବୁ

ଏତିକି ଭରସା ଅଛି ।।


ମାଆ ଏତିକି ସୁଦୟା ହେଉ

ଜୀବ ଗଲା ବେଳେ ଏ ପାପୀ ଆଖିରେ

ତୋର ଛବି ଦିଶୁଥାଉ

ମାଆ ତୋ ପରି ନାହିଁ କେ ଆଉ ।।


ମୃଗତୃଷ୍ଣା କୁ ଭାବି ସ୍ରୋତସ୍ଵିନୀ

ଗୋଡ଼ାଇ ଗୋଡ଼ାଇ ଅବଶ ହେଲିଣି

ପାରୁନାହିଁ ଆଉ ନେ ମାଆ କୋଳେଇ

ତୋ ବିନା ଆଉ କେ ସାହା ମୋର ନାହିଁ ।।


ମାଆ ଗୁହାରି ଶୁଣିମା ହେଉ

ଏ ପିଣ୍ଡ ରୁ ପ୍ରାଣ ଗଲାବେଳେ ମୋର

ତୋ ପାଦୁକା ଟିକେ ମୋ ତୁଣ୍ଡେ ଥାଉ

ମାଆ ତୋ ପରି ନାହିଁ କେ ଆଉ ।।


ଜନମ ମରଣ ମଝିରେ ମୁଁ ବନ୍ଦୀ

ମାୟାରେ ମୋହରେ ହୋଇଗଲି ଛନ୍ଦି

ଜାଣି ପାରିଲିଣି ତୋ ପଣତ ଛାଡି

କେତେବେଳେ ଗଲି ଅବାଟ ରେ ମାଡ଼ି ।।


ମାଆ ମାଗୁଣି ମୋ ଘେନା ହେଉ

ଏ ଅସାର ପ୍ରାଣ ଗଲା ପରେ ମୋର

ତୋ ପାଦପଦ୍ମେ ଲୀନ ହେଉ

ମାଆ ତୋ ପରି ନାହିଁ କେ ଆଉ ।।



Rate this content
Log in

Similar oriya poem from Abstract