ମାଆ ପ୍ରଥମ ଗୁରୁ
ମାଆ ପ୍ରଥମ ଗୁରୁ
ମାଆଟି ମୋହର ପ୍ରଥମ ଗୁରୁ
କହେ କେତେ କାର ପିଲାଦିନ କଥା
ଗାନ୍ଧି କେବେ କରୁନଥିଲେ କପି
ଏକଥା ବାବୁରେ ମନେରଖିଥା
ଅନ୍ୟକୁ ହାତ ନାପତେଇ ଶାସ୍ତ୍ରୀ
ପହଁରି ପହଁରି ସାତନଈ ହେଲେ ପାରି
ସତ୍ୟ ସେଵା ଧର୍ମ ନୀତି ଆଦର୍ଶ ରଖିଲେ
ଆମ ହାତେ ଆମ ନିଜ ଶାସନ ଡୋରି
ପରଦୁଃଖ ଦେଖି କରିବାନି ପରିହାସ
ସେଵା କର୍ତ୍ତବ୍ୟ କର୍ମ ବଳେ
ଅଳସୁଆ ହେଲେ ଦୁଃଖ ଭୋଗେ ନର
ମନେ ରଖିଥିବା କାଳେ କାଳେ
କହିଅଛି ମାଆ ଗୁରୁ ପଦେ ନମି
ଜନ୍ମ ସାର୍ଥକ କରି
ବଡ଼ ହେଲେ ହେବା ଗୋପବନ୍ଧୁ ସରି
ସେବାକୁ କର୍ତ୍ତବ୍ୟ ପରି
ଭଲ କହିବା ଦେଖିବା ଶୁଣିବା
ଗାନ୍ଧିଙ୍କ ମାଙ୍କଡ଼ ପରି
ଚୋରୀ କରିବାନି ଲୋଭ ରଖିବାନି
ହେଉ ପଛେ ଯେତେ ସରି
ପିମ୍ପୁଡିଠାରୁ ଶିଖିବା ସଞ୍ଚୟ ଆସୁଥିବା
ଦୁଃଖର ଦିନ ପାଇଁ
ଦାନ ସେଵା ଅଟେ ମହତ ଗୁଣ
ଦେଇଥିଲେ ନିଶ୍ଚେ ପାଇ
ଶୀତ ଖରା ବର୍ଷା ବରଷକ ଯାକ
ପାଠ ପଢୁଥିଲେ ମନ ଦେଇ
ଗଣନାଥ ଦେବେ ବୁଦ୍ଧି ମଧୁବାବୁ ପରି
ହେବାକୁ କଥା ରଖି କଥା ଦେଇ
ଆମ ରାଇଜର ଭାଷା ପ୍ରୀତି ମୈତ୍ରୀ
ଜଗତରେ ଆଉ କାହିଁ
ବାଜିରାଉତ ଓ ବାଳକ ଧରମା
ଦେଶ ଦଶ ପାଇଁ ଉଦାହରଣ ଗଲେ ହୋଇ
ମାଆ କଥା ମାନି କାମ କରିଗଲେ
ସରସ୍ବତୀ ପ୍ରସନ୍ନ ହୋଇ
ପୂର୍ବ ଗୌରବ, ମହିମା ଦେଶ ଜାତି ପାଇଁ
ମାଆ କହେ ବାବୁ ଫେରାଇ ଆଣିବୁ ତୁହି ।।
