ମାଆ ଓ ମମତା
ମାଆ ଓ ମମତା
ମାଆ ମାଆ ଡାକ ଆହାକି ସୁନ୍ଦର
ସରି ତାହା ସାଥେ କେ ହେବେ ନାହିଁ ,
ମାଆର ମମତା ଆଉ ସ୍ନେହ ଶ୍ରଦ୍ଧା
ଭୁଲି ବେନି କେବେ ଯମାରୁ କେହି।
ମାଆର ମମତା ସନ୍ତାନ ପାଇଁକି
ଅଟେ ପରା ପୁଣି ଅମୂଲ ମୂଲ,
ଯେତେ ଯାହା କଲେ ଯେତେ ତଉଲିଲେ
ହେବ ନାହିଁ କିଛି ତାହାରି ତୁଲ୍।
ମାଆ ପରା ସ୍ବର୍ଗାଦପି ଗରୀୟସୀ
ମମତାମୟୀ ସେ ସେନେହମୟୀ,
ତାହାରି କୋଳରେ ଜନମ ଲଭି ମୁଁ
ଶିଖିଲି ଦୁନିଆକୁ ଭଲ ପାଇ।
ତାହାରି ମମତା ଆମ୍ରୁତ ସମାନ
ଅନ୍ତର ଯାହାର କରୁଣା ସିନ୍ଧୁ,
ତାହାରି ଓଠରୁ କଥା ଝରି ପଡେ
ସତେ ଅବା ଝରେ ହସର ମଧୁ।
ଆଖିର ଲୁହକୁ ମନର କୋହକୁ
ଚାପି ରଖି ନିଜ ମନ ଭିତରେ,
ସନ୍ତାନ ଆଖିରୁ ଲୁହ ଝରିଗଲେ
ପୋଛି ଦିଏ ତା ପଣତ କାନିରେ।
ମାଆ ବୋଲି ଥରେ ଡାକି ଦେଲେ ଖେଳେ
ପ୍ରତିଧ୍ୱନି ମାଟି ଠାରୁ ଆକାଶ।
ଦୋଷ ସବୁ ଭୁଲି ସନ୍ତାନ ପାଇଁକି
ଢାଳି ବେଇ ଥାଏ ସଦା ଆଶିଷ।
ସେ ଆଶିଷ ବାଗି ସନ୍ତାନ ପାଇଁକି
ଆଣି ଦେଇଥାଏ ସରଗ ସୁଖ,
ତାହାରି ସେବାରେ ଜୀବନ ଦେବୀକୁ
ସଭିଏଁ କରିବା ଆମେ ଶପଥ।
ମା ଓ ମମତା ଦୁଇଟି ଅକ୍ଷର ମୁଦ୍ରାର
ଦୁଇଟି ପାରୁଶ ଭଳି,
ମାଆ ବିନା ଯମା ମମତାର ମୂଲ
ପାରିବେନି କେବେ କେହିତ କଳି।