STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ମାଆ କୋଳ

ମାଆ କୋଳ

1 min
256

ମୋର ହାରିବାକୁ ନେଇ ଅନେକ ଆଶାୟୀ,

ମୋତେ ଝୁଣ୍ଟିବା ପାଇଁ ଦେଖିବାକୁ ଅନେକ ଆଗ୍ରହୀ,

ମୁଁ ଅବଶ୍ୟ ଖୋଜେ ଜଣକୁ,

ହାରିବା ପରେ ଫେରିବା ବାଟର ଠିକଣା ନ ମିଳିଲେ,

ଖୋଜେ ମୁଁ ମୋ ମା କୋଳକୁ....

ଝୁଣ୍ଟିବା ପରେ ଝରି ଆସୁଥିବା ଲହୁକୁ 

ବିନା ବାକ୍ୟ ବ୍ୟୟରେ ପୋଛି ଦେଇ

ସାନ୍ତ୍ଵନା ଦେଉଥିବା ସେଇ ପଣତ କାନିକୁ.... 

କେହି ନ ଖୋଜିଲେ ବି.. ମୁଁ ଝୁରେ,

ସନ୍ଧ୍ୟା ହେଲେ ମୋ ଫେରିବା ବାଟକୁ ଚାହିଁ

ଏକା ଲୟରେ ଦିଗ୍ ବଳୟ ଭେଦି,

ଆତଙ୍କିତ ପ୍ରଶ୍ନବାଚୀ ସେଇ ସଜଳ ନୟନକୁ....

ଫେରି ଯାଆନ୍ତି କି ମୁଁ ....

ପୁଣି ସେଇ ସ୍ମୃତିର ଅଫେରନ୍ତା ରାଇଜକୁ,

ମୋର ଅଝଟ ଭରା ପିଲାଦିନକୁ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract