STORYMIRROR

Balaram Sethi

Abstract

4  

Balaram Sethi

Abstract

ମାଆ ଦଶଭୁଜା

ମାଆ ଦଶଭୁଜା

1 min
345


   ବରଷକ ପରେ ଶାନ୍ତ ଶରତ ରେ

      ଦଶହରା ପର୍ବ ଆସେ

   ଅଜ୍ଞାନ ଅନ୍ଧାର   ଘଉଡ଼ାଇବାକୁ

      ଧାରା କୁ ଓହ୍ଲାଇ ଆସେ ।।


   ମାତା ଦସ ଭୁଜା ଦଶ ଅସ୍ତ୍ର ବୋହି

      ସଂହାର କରିବା ପାଇଁ

   ଅନୀତି ଅନ୍ୟାୟ  ଘଉଡ଼ାଇବାକୁ

      ସିଂହ ପରେ ବିରାଜୟୀ ।।


   ଉଛୁଳି ପଡ଼ଇ ଏ  ଧରଣୀ ବକ୍ଷ

      ବାଦ୍ୟ କରତାଳ ସ୍ୱରେ

   ତାଙ୍କ ଆବହାନେ ଦଶ ଦିଗ କମ୍ପେ

      ବେଦ ମନ୍ତ୍ର ଓ ଧ୍ଵନୀ ରେ ।।


   ପୂଜା ସମର୍ପନ୍ତି    ଆସିଶ ମଗନ୍ତି

       ଭକ୍ତ ଜନ ହରଷ ରେ

   ଯାତ୍ରା ପାଲା ପୁଣି ମେଳା ଲାଗିଥାଏ

       ହୁଏ ଉତ୍ସବ  ମୂଖରେ ।।


   ଖେଳଣା  କଣ୍ଢେଇ ମିଠା ଚଟ ପଟି

       ଭଳି କି ଭଳି ଦୋକାନ

   ଭିଡ ବଢ଼ି ଚାଲେ ମେଳା ପ୍ରାଙ୍ଗଣରେ

       ଆନନ୍ଦ  କରନ୍ତି ମନ ।।


   କପଟିଆ ସେହି   ରାବଣ ମାନଙ୍କୁ

       ସମୂଳେ ନିଧନ କରି

   ପାର୍ବଣ ଶେଷରେ  ବିଦାୟ ନିଅନ୍ତି

     (ମା ) ଦଶ ଭୁଜା ଅସ୍ତ୍ର ଧରି ।।


   ମାନବ ସମାଜ  କଲ୍ୟାଣ ଦିଗରେ

       ନିଜକୁ ଉତ୍ସର୍ଗ କରି

   ତାଙ୍କରି ଆଶିଷେ ଭିକ୍ଷା ହିଁ କରିବା

       ମାଆ ଆରାଧନା କରି ।।


           


Rate this content
Log in

Similar oriya poem from Abstract