STORYMIRROR

Jyotiranjan Acharya

Classics

3  

Jyotiranjan Acharya

Classics

ମା'

ମା'

1 min
12K

ଏକ ଅକ୍ଷରେ ଶବଦଟିଏ କେଡେ ଯେ ମିଠା ତାହା 

ଅତି ସରଳ ଅତି ମଧୁର ସେଇଟି ହେଲା ମା'।

ସ୍ନେହ ମମତା ମୂରତି ସିଏ ମନ୍ତର ତାର ତ୍ଯାଗ 

ନିଜ ସୁଖକୁ ପଛରେ ଥୋଇ ଗଢେ ସନ୍ତାନ ଭାଗ୍ୟ। 

ଅଳି ଅର୍ଦଳି ଅଝଟ ପଣ ସହେ ସେ ହସି ହସି

ବୁଝାଇ ଦେଇ କୋଳେଇ ନିିଏ ଗଲେ ପିିଲାଏ ରୁୁଷି।

ପଣତ ତାର ଦେଇ ଘୋଡାଇ ସୁୁୁରକ୍ଷା କରେ ସଦା

ପିଲାକୁ ଟିକେ ଲାଗିଲେ କଷ୍ଟ ତା ଆଖି ହୁଏ ଓଦା। 

ଘର ଗୋଟାକ ପାଇଟି କରେ ପଡେନା କେବେ ଥକି 

ତା ଲାଗି ଚାଲେ ସଂସାର ଗାଡି ଯାଏନା କେବେ ରୋକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics