ମା'
ମା'
ଏକ ଅକ୍ଷରେ ଶବଦଟିଏ କେଡେ ଯେ ମିଠା ତାହା
ଅତି ସରଳ ଅତି ମଧୁର ସେଇଟି ହେଲା ମା'।
ସ୍ନେହ ମମତା ମୂରତି ସିଏ ମନ୍ତର ତାର ତ୍ଯାଗ
ନିଜ ସୁଖକୁ ପଛରେ ଥୋଇ ଗଢେ ସନ୍ତାନ ଭାଗ୍ୟ।
ଅଳି ଅର୍ଦଳି ଅଝଟ ପଣ ସହେ ସେ ହସି ହସି
ବୁଝାଇ ଦେଇ କୋଳେଇ ନିିଏ ଗଲେ ପିିଲାଏ ରୁୁଷି।
ପଣତ ତାର ଦେଇ ଘୋଡାଇ ସୁୁୁରକ୍ଷା କରେ ସଦା
ପିଲାକୁ ଟିକେ ଲାଗିଲେ କଷ୍ଟ ତା ଆଖି ହୁଏ ଓଦା।
ଘର ଗୋଟାକ ପାଇଟି କରେ ପଡେନା କେବେ ଥକି
ତା ଲାଗି ଚାଲେ ସଂସାର ଗାଡି ଯାଏନା କେବେ ରୋକି।
