STORYMIRROR

DR PRASANTA KUMAR BISWAL

Classics Inspirational Children

3  

DR PRASANTA KUMAR BISWAL

Classics Inspirational Children

ମା" ସରି କେହି ନୁହେଁ

ମା" ସରି କେହି ନୁହେଁ

1 min
174


ମା" ନୁହେଁ ଏକ ଉଚ୍ଚାରଣ,

ମା" ସୁଖଦ ଜୀବନ।

ମା" ପ୍ରେରଣାର ସ୍ରୋତସ୍ବିନୀ

ମା" ପ୍ରାଣର ଆହ୍ଲାଦିନୀ।

ମା" ବଞ୍ଚିବାର ଶକ୍ତି

ମା" ଯାବତୀୟ ସମସ୍ଯାରୁ ମୁକ୍ତି।

ମା" ଆକାଶଠାରୁ ବିଶାଳ

ମା" ଗଙ୍ଗା ଠାରୁ ପୂତ ସଲୀଳ।

ମା" ଅନନ୍ତ ଦୁଃଖ ନାଶିନୀ

ମା" ମମତା ପ୍ରଦାୟିନୀ।

ମା" ହାତର ତୃପ୍ତି,

ତା" କୋଳର ଶାନ୍ତି

ତା କଅଁଳ ପରଶେ ରୋଗରୁ ମୁକ୍ତି,

ତା ଉପସ୍ଥିତି ,

ଜୀବନ ରଥର ସ୍ବଛନ୍ଦଗତି।

ମା"ର ଅଭାବେ ସଂସାର ଅଧୁରା

 ଜୀବନ ସଙ୍ଗିତ ତାର ବେସୁରା,

ଯେତେ ସୁଖ ,ସବୁ ହୁଏ ଅପହଞ୍ଚ

ଦୁଃଖ ଲାଗେ ଅସୀମ,ଅନନ୍ତ,

ପଥଲାଗେ ସାରା କଣ୍ଟକିତ, 

ମା" ଈଶ୍ବରଙ୍କ ସାଦୃଶ୍ଯ ଅବତାର 

ତା ଅପମାନ ,ଯେ କୃତଘ୍ନ କରଇ ନର,

ଜୀବନ ଭ୍ରଷ୍ଟ, ଅକାଳେ ନଷ୍ଟ ହୁଏ ସଂସାର,

କଳକଳ ଝରଣାର ଶୀତଳ ଜଳସିଏ 

ତା ହାତର କଅଁଳ ପରଶ କ୍ଷତର ମଲମଟିଏ

ଝାଟିମାଟି ଘରର ବିଶ୍ବାସର ହିମାଳୟଟିଏ

ମହାବାତ୍ୟାର ମଜଭୁତ ବିଶ୍ବାସଟିଏ

ପ୍ରତିଶୃତିର ପବିତ୍ର ଭାଗବତଟିଏ

ଭଗ୍ନହୃଦୟର ଆଗ୍ନେୟ ଶପଥଟିଏ।

ସାଗର ଠୁ ଆହୁରି ଗଭୀର 

ପୃଥିବୀ ଠୁ ଆହୁରି ନିଜର 

ମୋ ପିଣ୍ଡର ପ୍ରାଣ, ଜୀବର ଜୀବନ 

ଅତି ଆପଣାର ସିଏ, 

ମାଆ ପରି ସରି କେହିନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics