STORYMIRROR

Gautam Das

Abstract Inspirational Children

4  

Gautam Das

Abstract Inspirational Children

ମା’ ପରି ଭାଉଜ

ମା’ ପରି ଭାଉଜ

3 mins
355

ନେଇ ଯାଇଥିଲି ଚିଠି ବାବାଙ୍କର

ତୁମ ଘରକୁ ସେ ଦିନ, 

ଦୁଆର ମୁହଁରେ ଠିଆହୋଇ ତୁମେ 

ଦେଖୁଥିଲ ଘନଘନ। 


ପହନ୍ଚିଲା ପରେ ପ୍ରଣାମ କଲି ମୁଁ

ବାପା ମାଆଂକୁ ତୁମର

ଚିଠିର ବିଷୟ ବିଭାଘର ଥିଲା 

ଆମ ଟୁନା ଭାଇଙ୍କର । 


ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ତୁମ ବାପା ଥିଲେ

ହସ ଉଲ୍ଲାସରେ ଭରା,

ମୁଁ ଯେବେ କହିଲି ଲାଜ କରିଗଲ 

ମୋ ଭାଉଜ ହେବ ପରା ।


କଲ୍ଲୋଳ ଭାଇ ଓ ଭାଉଜ ଆସିଲେ 

ସରସ୍ୱତୀ ପୂଜା ଦିନ, 

ସମ୍ପର୍କ ଯେ ନୁଆ ସ୍ଥାପନ ହୋଇବ

ଦୁଇ ଘର ଏକ ମନ । 


ରକ୍ଷଣଶୀଳ ଘର ଥିଲା ଆମ

ତୁମ ବାହାଘର ପୂର୍ବେ, 

ନାଚିଲେ ଗାଇଲେ ବହୁ ଆନନ୍ଦରେ 

ତୁମ ବିବାହରେ ସର୍ବେ । 


ରହିଗଲା ଲେଖା ଇତିହାସ ହୋଇ

ପ୍ରତ୍ୟେକ ମୁହୁର୍ତ୍ତ ତାର, 

ବନ୍ଧୁ ବାନ୍ଧବରେ ଭରା ସେ ଉତ୍ସବ 

ମନେ ପଡେ ବାରମ୍ବାର । 


ଥିଲ ଅଲିଅଳି ବାପା ମାଆଙ୍କର

ଭାଇ ଭାଉଜଙ୍କ ଚେଲି, 

ଗୀତ ଗାଉଥିଲ ମନ ଖୋଲି ତୁମେ

ବାପାଙ୍କର ଥିଲ ଗେହ୍ଲ୍ଲୀ । 


ଘର ଥିଲା ତୁମ ଦୁନିଆଁ ଭାଉଜ 

ବିବାହ ପୂର୍ବ କି ପରେ, 

ନିଷ୍କପଟେ ତୁମେ ବାଛି ନେଇଥିଲ 

ଜୀବନ ମରଣ ଘରେ । 


ଶାଶୁ ଶ୍ୱଶୁରଙ୍କ ଆଶିର୍ବାଦ ପାଇ 

ଚିନ୍ମୟୀରୁ ସେବା ହେଲ, 

ନାମଟିର ଚରିତାର୍ଥରେ ନିଜକୁ 

ଏ ଘରେ ଉତ୍ସର୍ଗୀ ଦେଲ ।


ଏ ବଂଶରେ ତୁମେ ମିଶି ହଜିଗଲ 

ଗାଇଲ ପ୍ରିୟ ସଂଗୀତ,

ଶୋକ ଦୁଃଖ କ୍ରୋଧ ସବୁରି ରୋଗର

ଓୌଷଧ ଭଜନ ଗୀତ । 


ଦୁଃଖ କି ଦୁର୍ଦିନ ଅସୁବିଧା ତୁମ

ଭାଂଗି ନ ପାରିଲା ଧୈର୍ଯ୍ୟ, 

ପରିବାର ତଥା ବନ୍ଧୁ ବାନ୍ଧବଙ୍କ

କଲ ସେବା ଧର୍ମ କାର୍ଯ୍ୟ । 


ଅଜାଡି ଦେଲ ଯେ ସ୍ନେହ ଓ ଆଦର 

ତୁମ ପଣତ ବିଛାଇ, 

ସତରେ ଭାଉଜ ମା’ ପରି ଥିଲ 

ଆମ ସମସ୍ତଂକ ପାଇଁ ।


ବଇରି ନ ଥିଲା କାହା ସଂଗେ ତୁମ 

ପରିବାର ଥାଇ ବଡ, 

ସରଳ ତୁମର ଆଚରଣ ଥିଲା 

କେଉଁଠୁ ଆସିଲା ଝଡ଼ । 


ଝିଅ ଦୁଇଟିକୁ ଛେଉଣ୍ଡ କରିଲ

ଭାଇଙ୍କୁ କରିଲ ଏକା, 

ଟାଣୁଛନ୍ତି ଏବେ ଜୀବନ ରଥକୁ

ଏବେ ହୋଇ ତିନି ଚକା ।


ସୁକର୍ମର ଫଳେ ବାଛିଲେ ଈଶ୍ୱର 

ମାର୍ଗଶିର ଶୁଭ ଦିନ, 

ଛାଡିଗଲା ଆତ୍ମା ସ୍ଥୁଳ ଶରୀରରୁ 

ପରମାତ୍ମାରେ ବିଲୀନ । 


ସ୍ୱାଭିମାନୀ ତୁମେ ତୁମ ପିଲାମାନେ

ଭାଇ ସବୁଠାରୁ ବେଶୀ, 

ତେଣୁ ରାଧାକୃଷ୍ନ ଲକ୍ଷ୍ମୀନାରାୟଣ 

ସୁଭାଶିଷ ଢାଳ ଆସି । 


ତୁମ ସେବା କର୍ମ ସଂଚିତ ଧର୍ମର 

ଶରଣରେ ତିନିଜଣ, 

କରୁଛୁ ପ୍ରାର୍ଥନା ବାର୍ଷିକ ଶ୍ରାଦ୍ଧରେ 

ଶ୍ରୀ ଶ୍ରୀଲକ୍ଷ୍ମୀନାରାୟଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract