Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Abstract Action

3  

Rasmita Dixit

Abstract Action

ମା ମତେ ଦୂର୍ଗା କରି ଦେ

ମା ମତେ ଦୂର୍ଗା କରି ଦେ

2 mins
476



ଏ ଦଶହରା ରେ ମୁଁ ଆସିବି

ସଭିଏଁ ମଣ୍ଡପରୁ ଗଲାପରେ

ଚୁପ ଚାପ ନେଇଯିବି

ସମସ୍ତଙ୍କ ନଜର ଆଢୁଆଳରେ

ତୋ ପାଇଁ ପରା ଦଶହରା ବୁଲା !!!!

ଏଥର ମୁଁ ତତେ ଦେଖେଇ ନେବି 

କେମିତି ହେଉଛି ତୋ ପାଇଁ ଦଶହରା 

ଫାଟି ପଡୁଚି ଗହଗହ ନାଦରେ ।


ତୁ ମାଆ ଟିଏ ପାଲଟି ମୋ ସହ ଆସିବୁ

ମୁଁ ତୋର ଅସହାୟା ଝିଅଟିଏ

ଦେଖେଇଦେବି ତତେ

ତୋର ଅଂଶଜା ମାନଙ୍କର

ଷୋଡଶ ଉପଚାରରେ 

ସର୍ବସ୍ୱ ଲୁଟିଯିବାର ଅଭିନୟ 

ପବିତ୍ର ପାପର ନାମରେ ,


ମୋ ଚାରିପଟେ କୁଢ଼ କୁଢ଼ 

ଶାଗୁଣାର ଚକ୍ଷୁ

ଶାର୍ଦ୍ଦୁଳ ର ଶତାଧିକ ଦନ୍ତ, ନଖ 

ଗୋଟିଏ ମାତ୍ର ମହାର୍ଘ ମୁହୁର୍ତ୍ତ

ସେତକ ଯଥେଷ୍ଟ 

ମତେ ପରିଣତ କରିବାକୁ 

ମଉଳା ଫୁଲ, ମଇଳା ଚାଦର ରେ ।


କହ ମା,!! 

ତୁ ପରା ଅଛୁ ମୋ ସହ 

କେମିତି ବଞ୍ଚେଇବୁ ମତେ 

ପଲିଥିନ ଘର ସହସ୍ର ଛିଦ୍ରରୁ ???

କେମିତି ବଞ୍ଚେଇବୁ ନିଷ୍ପାପ ଶୈଶବ

ଆତ୍ମିୟତା ଆଟୋପର

ମିଛ ସାନ୍ତ୍ବନାରୁ ????


ତୋ ପଣତ ଲୋଡ଼ାନାହିଁ ମୋର

ଢାଙ୍କିବାକୁ ସୌନ୍ଦର୍ଯ୍ୟ

ଲୁବ୍ଧକ ଠାରୁ---

ପାରୁଚୁ ଯଦି ଖଞ୍ଜିଦେ 

ତୋର ଦଶ ହସ୍ତ ମୋ ଦେହରେ

ଦଶ ପ୍ରହରଣ ରେ ସଜାଇ ,

କପାଳରେ ମୋର ଆଙ୍କିଦେ

ତୋର ତୃତୀୟ ନୟନ

ଶାଣିତ , ବଜ୍ର ହେଉ ମୋର ଦୃଷ୍ଟି

ନିଜକୁ ମୁଁ ପାରିବି ବଞ୍ଚାଇ ।


ତୋ ସ୍ୱରୂପକୁ ଶତ ପୂଜା 

ଶତ ଆଡମ୍ବର ଭେଟି ଦିଆଯାଏ 

ହେଲେ ତୋ ଆତ୍ମଜା ......

ବଳି ପଡେ ରଙ୍ଗୀନ ରାତ୍ରିରେ

ଭେଟି ରୂପେ ଚଢା ହୁଏ 

ବଦନାମ ବସ୍ତିରେ 

ଦେହଲୋଭୀ ରାକ୍ଷସ ର

ଲାଳସା ଯଜ୍ଞ ରେ ।


ତୋ ଶକ୍ତିର ଆଦର ଆଳରେ 

ଅନାଦର , ହତାଦର , ଅବିଚାର 

ଖୁବ ସୁନ୍ଦର ଭାବେ ପରିବେଷିତ ହୁଏ

କନ୍ୟା ଧର୍ମ, ନାରୀ ଧର୍ମ ନାମକ 

ବିଧି , ବିଧାନ , ସମ୍ବିଧାନ ରେ ,

ଆଉ ତତେ ଶକ୍ତିମୟୀ ସଜାଇ 

ପ୍ରତିଷ୍ଠା କରାଯାଏ , ଅଳ୍ପଦିନ ପାଇଁ

ସ୍ୱାଗତ କରାଯାଏ , ବରଷକେ ଥରେ 

ବିସର୍ଜନ ର ପୂର୍ବ ପ୍ରସ୍ତୁତି ରେ ।


କହ ମା , ନିରବ କାହିଁକି ??

ଏବେ ବିଚାର ତୋର!!

ଅଷ୍ଟ ରତ୍ନ ଅଳଙ୍କାର ରେ ସଜେଇ ହେଇ

ସୁନା ରୁପା , ତାରକସି କାମର

ମେଢ଼ର ଝଲମଲ ରୋଷଣୀ ରେ

ମୃଣ୍ମୟୀ ମୂର୍ତ୍ତି ରୂପେ 

ଥରଟିଏ ଆସି ଫେରିଯିବୁ !!!

ନା, ?? ଶତ ଶତ ଦୁର୍ଗା ଙ୍କର 

ମାଟି ଦେହଳିରେ 

ତୋ ପାଦ ରଖି ସବୁଦିନ ପାଇଁ

ଶକ୍ତି ସଞ୍ଚରିବୁ !!!


ଏ ସନ ଦଶହରାରେ 

ତତେ ଦେବାକୁ ହେବ 

ପ୍ରମାଣ ତୋ ନିଜ ଅସ୍ତିତ୍ୱର ....

ଦେବାକୁ ପଡିବ ତୋ ଝିଅର 

ଅନେକ ପ୍ରଶ୍ନର ଉତ୍ତର ---

ଶକ୍ତିରୂପା ,ଶକ୍ତିମୟୀ କରିବାକୁ ପଡିବ

ତତେ ତୋର ସୃଷ୍ଟିକୁ ସଶକ୍ତ 

ସୁରକ୍ଷିତ ରଖିବାକୁ ତାଙ୍କ ଅଧିକାର ,

ଆସ୍ଥାନ ରୁ ଓହ୍ଲାଇ ଆସି 

ପ୍ରମାଣ ଦେବାକୁ ହେବ

ତୁ ସକଳ ଶକ୍ତିର ଆଧାର 

ମୂର୍ତ୍ତିମତୀ ଦେବୀ ତୁ 

ନିରପେକ୍ଷ ମାତୃତ୍ୱର !! ।


Rate this content
Log in

Similar oriya poem from Abstract