Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Others

4  

Prabhati Mahapatra

Classics Others

ମା' ଲୋ ମା'

ମା' ଲୋ ମା'

1 min
253



ମା' ଲୋ ମା' ତୋତେ

ଡାକୁଛି କେତେ

କେଉଁଠି ଲୁଚିଛୁ ତୁହି

ଶୁଣୁନୁ ସତେ ।

କିଏ ଦେଲା ନଡ଼ିଆ ମା'

କିଏ ଦେଲା ପାଟ

ମୋ ହାତରେ କିଛି ନାହିଁ

ମନ ଛଟପଟ

ତୋ ଦୁଆରେ ଆସିଛି ମା'

ରଖିବୁ ଲୋ ମୋତେ ।

ମା' ଲୋ ମା' ........

ଆଖି କୋଣେ ଲୋତକର

ସୃଷ୍ଟି ଯେ ସାଗର

ତୋର ନାମ ତୁଣ୍ଡେ ଧରି

ହେଉଛି ମା' ପାର

ତାରିବା ମାରିବା ତୋର

ରହିଛି ଲୋ ହାତେ

ମା' ଲୋ ମା' .......

କହିବା ଆଗରୁ ପରା

ବାଂଛା କରୁ ପୁରା

ମନ ବୁଝି ଦେଇ ଥାଉ

ଭାଗ୍ୟେ ଜହ୍ନ ତାରା

ଡାକ ଦେଲେ ପାଶେ ଆସୁ

ଦିବା ହେଉ ରାତେ ।

ମା' ଲୋ ମା' ......

ଦଶ ଭୁଜାଧରୀ ମାଗୋ

ଅସୁର ନାଶିନୀ

ମୋର ମନ କଥା କିବା 

ନପାରୁଛୁ ଜାଣି

ନହୁଏ ମୁଁ ଭକ୍ତ ତୋର

ଢାଙ୍କିବୁ ପଣତେ ।

ମା' ଲୋ ମା' .....

ସୁଖ ବେଳେ ତୋର କଥା

ଭାବି ତ ନଥିଲି

ଅନ୍ଧ କଲା ସ୍ଵାର୍ଥ ମୋତେ

ଏବେ ମୁଁ ବୁଝିଲି

କ୍ଷମାମୟୀ କ୍ଷମା କର 

ରୁହନା ଗୁପତେ ।

ମା' ଲୋ ମା' ......

ମୋର ଏକ ଛୋଟ ଅଳି

ରଖିଲି ତୋ ପାଦେ

ସନ୍ତାନର ଦୋଷ ନାଶି

ଆସିବୁ ବିପଦେ

ତୋ ଚରଣ କମଳରେ

ମୁହିଁ ଯେ ଆଶ୍ରିତେ ।।



Rate this content
Log in

Similar oriya poem from Classics