STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମହା ପ୍ରଭୁ ବିଶ୍ୱ କର୍ମା

ମହା ପ୍ରଭୁ ବିଶ୍ୱ କର୍ମା

1 min
236


ମହାପ୍ରଭୁ ବିଶ୍ୱ କର୍ମା ତୁମରି ଚରଣେ କୋଟି ପ୍ରଣତି

ବିଶ୍ୱ ବ୍ରହ୍ମାଣ୍ତ କୁ କରିଛ ନିର୍ମାଣ ସବୁତ 

ତୁମର କିରତି

ଦ୍ୱାରକା ପୁରେ ତୁମେ ଶ୍ରୀ କୃଷ୍ଣ ଙ୍କ ପାଇଁ ମହଲ କଲ

ଶ୍ରୀ କୃଷ୍ଣ ଙ୍କ ତୁମେ ପ୍ରିୟ ହୋଇ ସଦା ରହିଲ

ମହା ଲକ୍ଷ୍ମୀ ଙ୍କ ଇଚ୍ଛା ରେ ତୁମେ ମହୋଦଧି କୂଳେ ମହଲ କଲ

ଦେବୀ ମହଲକ୍ଷ୍ମୀ ଙ୍କ ସଦା କାଳେ 

ପ୍ରିୟ ତୁମେ ଯେ ହେଲ

ସୁଦାମା ଙ୍କ ପାଇଁ ତୁମେ ଦିବ୍ୟ ଭବନ କରିଥିଲ

ଶ୍ରୀ କୃଷ୍ଣ ଙ୍କ ଆଦେଶ ତୁମେ ପାଳନ କରିଲ

ଶ୍ରୀ ଜଗନ୍ନାଥ ଙ୍କ ତିନି ରଥ କୁ ତୁମେ ହିଁ ତ ନିର୍ମାଣ କରୁଛ

ବଢେଈ ଭାଇଙ୍କୁ ସାହା ହୋଇ ସବୁ କରାଉଛ

କଳକାରଖାନା ପ୍ରସାଦ ସବୁତ ତୁମରି ଦାନ

ତୁମେ ସ୍ରଷ୍ଟା ହୋଇ ଜଗତ କୁ କରିଛ ନିର୍ମାଣ

ମୋ ପରି ଅଧମ ତୁମରି ଗୁଣ ଗାନ କରି ନ ପାରିବ

ତୁମ କୃପା ବଳେ ସବୁ କର୍ମ ତ ସଫଳ ହୋଇବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics