STORYMIRROR

SUJATA DAS

Classics

3  

SUJATA DAS

Classics

କାଶତଣ୍ଡୀ

କାଶତଣ୍ଡୀ

1 min
246

ଆକାଶରେ ନୀଳ

ବଉଦର ଛନ୍ଦ

ହସେ ଖିଲି ଖିଲି ହସ

ନଈ ପଠା ଧାରେ

କାଶତଣ୍ଡୀ ଫୁଲେ

ପ୍ରକୃତି କରିଛି ବଶ।


ଶୁଭ୍ର ସୁଶୋଭିତ

ଅପୂର୍ବ ସୁଷମା

ସରଗରୁ ପଡେ ଝରି

ଶରତ ଆସିଛି

ଧରାକୁ ଓଲ୍ହାଇ

ସକଳ ସୌନ୍ଦର୍ଯ୍ୟ ଧରି ।


ପାର୍ବଣ ଇସାରା

ନବ କିଶଳୟେ

ଆସିବେ ସିଂହ ବାହିନୀ

ସ୍ୱାଗତ ପାଇଁ କି

ତୋରଣ ସାଜିଛି

କାଶତଣ୍ଡୀ ଫୁଲ ରାଣୀ ।


ହଟିଯିବ ଦୁଃଖ

ଯନ୍ତ୍ରଣା ଯାତନା

ମାଆଙ୍କର ଆଗମନେ

ଆସୁରିକ ଶକ୍ତି

ହେଇଯିବ ଧ୍ବଂସ

ଭରିଯିବ ଶାନ୍ତି ମନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics