STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ନବାକ୍ଷରି ଛନ୍ଦେ ଭାଗବତ

ନବାକ୍ଷରି ଛନ୍ଦେ ଭାଗବତ

1 min
208


ଆଜି ଓଡ଼ିଆ ଭାଗବତ ର ଜନ୍ମ ଜୟନ୍ତୀ

ହେ ଭାଗବତ ପ୍ରେମୀ ଘେନ ମୋର ପ୍ରଣତି

ଆଜିର ଦିନ ରେ ଭାଗବତ ରଚନା କଲେ

ଭକ୍ତ କବି ଜଗନ୍ନାଥ ଦାସ ଅମର କୃତି ଭେଟି ଦେଲେ

ସଂସ୍କୃତ ଭାଗବତ ପୂର୍ବରୁ ବ୍ୟାସ ଦେବ ଲେଖି ଥିଲେ

ଆମ ଓଡ଼ିଆ କବି ନବାକ୍ଷରି ଛନ୍ଦେ ସଜାଇ ଦେଲେ

ଶ୍ରୀ କୃଷ୍ଣ ଙ୍କ ସ୍ୱରୂପ ଏହି ଭାଗବତ ଜାଣ

ଏହି ଭାଗବତ କରିବ ଜୀବ କୁ ତାରଣ

ଗାଁ ଗାଁ ରେ ଭାଗବତ ଟୁଙ୍ଗି ଆଗରୁ ରହି ଥିଲା

ସନ୍ଧ୍ୟା ବେଳେ ଭାଗବତ ନୀତି ଶୁଭୁଥିଲା

କଳି ଯୁଗ ମଣିଷ ଆଜି ଭାଗବତ ଠାରୁ ରହିଲା ଦୂରରେ

ବୁଡି ଗଲା ସେ ମିଛ ମାୟାର କାମିନୀକାଞ୍ଚନରେ

ଭାଗବତ ଯେଉଁଠି ରୁହେ ସ୍ୱୟଂ ଭଗବାନ ସେଇଠି ରୁହନ୍ତି

ତେତିସି କୋଟି ଦେବତା ଭାଗବତରସ ପାନ କରିବାକୁ ଆସନ୍ତି

ଭାଗବତ କହିଗଲେ ଶୁକ ଦେବ ସାତ ଦିନରେ

ରାଜା ପରିକ୍ଷିତ ଙ୍କୁ ନେଲା ଭାଗବତ ନିର୍ବାଣ ପଥରେ

ଭାଗବତ ଶୁଣିଲେ ପ୍ରେତ ବି ମୁକ୍ତି ପାଇ ଯାଏ

ଭାଗବତ ମଣିଷକୁ କୃଷ୍ଣ ଭକ୍ତି ଦେଇ ଯାଏ

ଭାଗବତ ଗାଇ ଗଲେ ଜଗନ୍ନାଥ ଦାସ ସର୍ବ ସ୍ଥାନ ରେ

ରାଜା ଜାଣି ବନ୍ଦୀ କଲେ ତାଙ୍କୁ କାରାଗାରରେ

ପ୍ରଭୁ ଜଗନ୍ନାଥ ଙ୍କ ପରମ ଭକ୍ତ ସେ ହୋଇଥିଲେ

ବଟ ଗଣେଶ ଙ୍କୁ ଧ୍ୟାନ କରି ଭାଗବତ ଲେଖି ଥିଲେ

ନିଜ ସ୍ତ୍ରୀ ରୂପ ରାଜା ଙ୍କୁ ଯେବେ ଦେଖାଇଲେ

ରାଜା ଏହି ମହାନ ଭକ୍ତ ଙ୍କୁ ଜାଣି ପାରିଥିଲେ

ଓଡ଼ିଆ ସାହିତ୍ୟ ର ସେ ମହାନ ସାଧକ ଥିଲେ

ପ୍ରଭୁ ଚୈତନ୍ୟ ଅତିବଡ଼ି ଉପାଧି ତାଙ୍କୁ ଦେଇ ଥିଲେ

ଭାଗବତ ରସ କୁ ମନ ସଦା ପାଉଥାଉ

ଭାଗବତ ଶୁଣି ଶୁଣି ଏ ଜୀବ କୃଷ୍ଣ ମୟ ହୋଇ ଯାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics