ମା ଲୋ କମଳିନୀ
ମା ଲୋ କମଳିନୀ
ମୋହନ ମୋହିନୀ ମାଲୋ କମଳିନୀ
ଗୃହ ଲକ୍ଷ୍ମୀ ରୂପ ଘେନି
କାର୍ତ୍ତିକର ପର ଚାରି ଗୁରୁବାର
ଦେଉ ମା ଆଶିଷ ବୁଣି ।।
ଶୁଭ୍ର ଝୋଟି ଝଳେ ପ୍ରତି ଦ୍ୱାରେ ଦ୍ୱାରେ
ଶୋଭଇ ପଦ ଯୁଗଳ
ଓଡ଼ିଆଣୀ କଳା କୌଶଳର ତୋରା
ଝଟକଇ ଘର ଦ୍ବାର ।
ଧବଳ ନିର୍ମଳ ବସ୍ତ୍ରେ ପରିହିତ
ଶୁଦ୍ଧ ପୁତ ମନେ ଗୁଣି
ନୂଆ ଧାନ ନୂଆ ମାଣ ଗଳିଗୁଆ
ସଜାଏ ଖଟୁଲି ଆଣି ।।
ମୁଗ ମଣ୍ଡା ଖିରା ଆରିଶା କାକରା
କାନକା ଖେଚୁଡ଼ି କ୍ଷୀରି
ଝୁଣା ଧୂପେ ବାଳୀ କରେ ନିଉଛାଳି
ତୋନାମ ମାଲୋ ସୁମରି ।
ତୋର ଗାଥା ଗୁଣ କରଇ ଗାୟନ
ପ୍ରତି ଗୃହେ ଓଡ଼ିଆଣୀ
ଭକ୍ତି ଭରା ହୃଦ ଦେଖି ପଡେ ପାଦ
ଯେହ୍ନେ ଶୀୟା ଚଣ୍ଡାଳୁଣୀ ।।
