STORYMIRROR

Debabrata Mishra

Abstract Inspirational Others

4  

Debabrata Mishra

Abstract Inspirational Others

ମା'କୋଳ

ମା'କୋଳ

1 min
238


ଯାହା କଥା ଭାବିଦେଲେ ମନହୁଏ ଭାବବିହ୍ୱଳ

ନଜର ଲାଗିବନି ଲାଗିଲେ ତା'ର ଟୀକା କଜ୍ଜ୍ଵଳ, 

ମାଂସପିଣ୍ଡୁଳାକୁ ନିଜ ହାତେ ନିର୍ମାଣ କରେ ମଣିଷ

ସେ ନିଜେ ଧରିତ୍ରୀ ନିଜେ ସୀମାହୀନ ଆକାଶ, 

ଆଶିଷ, ସ୍ନେହରେ, ପ୍ରେମ ମମତାରେ ସେ ଉଜ୍ଜ୍ବଳ

ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ମା' କୋଳ... (୧) 


ଘନ ଅନ୍ଧକାର ଆଗେ ସେ ସର୍ବଦା ସୂର୍ଯ୍ୟ ପ୍ରକାଶ

ତା' ଆଗେ ନତମସ୍ତକ ବାଧାବିଘ୍ନର କଷ୍ଟ ରାକ୍ଷସ,

ଚୁଟକିରେ ଭୁଲାଏ ସେ ଦୁଃଖ ଭୁଲିଯାଏ ନିଜ ସୁଖ

କାନ୍ଦେ କନ୍ଦାଏନି କେବେ କା'କୁ ତା' ଆଗେ ସବୁ ମୁକ,

ତା' ପରି ମଣିଷ ତା' ପରି ଚରିତ୍ର ସଂସାରେ ବିରଳ

ଜଗତର ସବୁଠାରୁ ଶ୍ରେଷ୍ଠ ଉଆସ ପରା ମା' କୋଳ... (୨)


ମୋତେ ସର୍ଜିଛି ସେ ଗଢିଛି ସେ ତଥାପି ମୁଁ ନୁହେଁ ତାର

କେମିତି ମଣିଷ ଏମିତି ହୁଏ ମା' ବୁଢୀ ହେଲେ ଅନାଦର, 

ବୟସ୍କ ମା' କ'ଣ ମମତା ଦିଏନି ସ୍ନେହ ଦିଏନି ପିଲାଙ୍କୁ

ତେବେ ଆମେ କାହିଁ ଶୋଷିଲା ରଖୁ ଅଖିଆ ରଖୁ ଠାକୁରଙ୍କୁ, 

ଏ ପାପର ପ୍ରାୟଶ୍ଚିତ୍ତ ନାହିଁ ତଥାପି କରୁ ନିଜ ଅମଙ୍ଗଳ

ସଂସାରର ସବୁଠାରୁ ଶାନ୍ତିର ସ୍ଥାନ ହେଲା ମା' କୋଳ.... (୩) 


ନିଜକୁ ମୁଁ କହିବାର ଅଧିକାର ଶକ୍ତି ତୁ ହିଁ ତ ଦେଇଛୁ

ତୋ' କରୁଣାରୁ ପରା ଦୁନିଆ ଦେଖିବାର ସୁଯୋଗ ଲଭିଛୁ,

ତୋର ସେବା ପାଇଁ ତ କେବେ ଲଢିବା ଦେଖାଯାଏ ନି ଏଠି

ତୋତେ ଭାଗ ବାଣ୍ଟିବାକୁ ପରା ପ୍ରତିଯୋଗିତା ଦେଖେ ସବୁଠି,

ତୋ' ସ୍ନେହର ପରଶେ ଶାନ୍ତ ପଡ଼େ ଯେତେ କ୍ରୋଧ ଅନଳ

ଏ ଭୂମଣ୍ଡଳ ର ମହାନ ପବିତ୍ର ସ୍ଥାନ ଟି ପରା ମା' କୋଳ... (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract