STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମା ହାତ ରନ୍ଧାରେ

ମା ହାତ ରନ୍ଧାରେ

1 min
277



ଲାଗେ ନାହିଁଭଲ ଅନ୍ୟ ହାତରନ୍ଧା

   ଖୁସି ମିଳେ ନାହିଁ ତହିଁ,

ହେଲେ କଣହେବ ସ୍ବାଦିଷ୍ଟ ବ୍ୟଞ୍ଜନ

   ତହିଁରେ ସନ୍ତୁଷ୍ଟ କାହିଁ।


ଅତି ତୃପ୍ତି ଲାଗେ ଜନନୀ ରନ୍ଧନ

   ଥାଏଟି ମମତା ତହିଁ,

ରନ୍ଧନ ଯେପରି କରିଥାଏ ମାତା

  କେହୁ ତୁଳନାରେ କାହିଁ।


ମୋତେ ଖୁସି ଲାଗେ ତୃପ୍ତି ହୁଏ ମୁହିଁ

  ବାଢି ଦିଏ ଅନ୍ନ ଯହିଁ,

ପ୍ରେମ ଓ ସମ୍ପର୍କ ମମତାରେ ଭରା

  ହୋଇ ଯାଏ ତୃପ୍ତିମୁହିଁ।


ଶାଗ ଓ ପଖାଳ ଅମୃତ ପରି ଟି

  ଖାଇ ଦିଏ ସନ୍ତୁଷ୍ଟରେ,

ସ୍ବାଦିଷ୍ଟବ୍ୟଞ୍ଜନ ଅଟେସେହୁପରା 

  ଜନନୀର ରନ୍ଧନରେ।


ଥାଏବସି ପାସେ ବିଞ୍ଚି ଦେଉଥାଏ

 କେତେ ଯେ ମମତାତାର,

ଖୁସି ଅନୁଭୂତି ନାହିଁ ଅନ୍ୟ ଠାରେ

 ମିଳେ ଖୁସି ମମତାର।


ମା ମମତା ସର୍ବୋପରି ଭବେ

  ରନ୍ଧନଟି ସର୍ବୋତ୍ତମ,

ଖୁସି ଅନୁଭୂତି ମାଆ ରନ୍ଧନରେ

  ସନ୍ତାନ ପାଇଁ ଉତ୍ତମ।


ଦିଏ ମାତା ଯହିଁ ପଖାଳ ଶୁଖୁଆ

  ଖାଏ ଆଦରେ ମୁହିଁ,

ଅଟେପ୍ରୀୟଖାଦ୍ୟ ସାଗ ଓ ଶୁଖୁଆ

  ପଖାଳ ସଙ୍ଗତେ ଯହିଁ।


ପ୍ରଫୁଲ୍ଲିତ ମନ ସନ୍ତୁଷ୍ଟ ଅପାର

  ମାତା ଭୋଜନରେ ଯହିଁ,

ହୁଏ ପୁଲକିତ ଉତ୍ସାହିତ ଅତି

  ବର୍ଣ୍ଣିବି କିପରି ମୁହିଁ।


ଆଳୁର ପରଠା କେତେଯେ ସ୍ବାଦିଷ୍ଟ

  ଅତି ଭଲ ପାଏ ମୁହିଁ,

ମନଜାଣି ସେହୁ ଦିଏଟି ମୋତରେ

  ଖାଇ ଖୁସି ହୁଏ ମୁହିଁ।


ଧ୍ୟାନରଖେ ନିତି ଖାଇବରେ ମୋର

  ପ୍ରେମ ଶ୍ରଦ୍ଧା ଥାଏ ଭରି,

ତାହାର ରନ୍ଧନ ଅମୃତ ସମାନ

  ଜୀବନରେ ସର୍ବୋପରି।


Rate this content
Log in

Similar oriya poem from Abstract