STORYMIRROR

Samar Ballav Bhoi

Abstract Inspirational

3  

Samar Ballav Bhoi

Abstract Inspirational

ମା ଏକ ଶବ୍ଦ ନୁହେଁ ମନ୍ତ୍ରଟିଏ

ମା ଏକ ଶବ୍ଦ ନୁହେଁ ମନ୍ତ୍ରଟିଏ

1 min
263


ପିଲାଦିନ କଥା ପଡିଲେ ମନେ

ମନେପଡେ ସେହି ମମତାମୟୀ

ମା'ର ହସ ହସ ଉଜ୍ବଳ ବଦନ......।


ମା ପାଖରେ ସବୁତ ଅଛି

ଯା ନଥାଏ କାହା ପାଖରେ.......

ଖାଇ ନଥିଲେ ଖୁଆଇ ଦିଏ

ନିଦ ନ ଆସିଲେ " ଧୋ ରେ ବାୟା ଧୋ"

କହି ଶୁଆଇ ଦିଏ.......!


ଅବୁଝା ଅଝଟ ହେଲେ

ଆକାଶରେ ଜହ୍ନ ମାମୁଁ

ଦେଖେଇ ବୁଝେଇ ଦିଏ.......

ଦେହ ଖରାପ ହେଲେ କିମ୍ବା ଜ୍ବର ହେଲେ

ରାତି ରାତି ଅନିଦ୍ରା ହୋଇ

ମଥାରେ ପାଣିପଟି ଦିଏ।


ଅଝଟପଣିଆଟି ଭାରି ଅଡୁଆ

ବିରକ୍ତ ନହୋଇ ବାପରେ, ଧନରେ କହି

କୋଳକୁ କୋଳେଇ ନିଏ।


ମା ପରା ସ୍ନେହ-ଆଦର ଗନ୍ତାଘରଟିଏ

ସନ୍ତାନ ପାଇଁ ଅତିଆଦର ଶବ୍ଦଟିଏ

ନା ଅଛି କିଛି ବିକଳ୍ପ ନା ଅଛି ଶବ୍ଦ


ସିଏ ଚିରନ୍ତନ ସ୍ନେହର ପ୍ରତୀକ

ତାର ସ୍ନେହ-ମମତା ଅମାପ

ସନ୍ତାନଙ୍କୁ ଭଲ ମଣିଷଟିଏ ଗଢିବା ପାଇଁ

ସାରା ଜୀବନ ବାଜି ଲଗାଇ

ବିପଦ ଆପଦେ ପାଖରେ ରହି

ସନ୍ତାନଙ୍କୁ ଦିଏ ସୁରକ୍ଷା ସେହି

କଥାରେ ସରେ ନାହିଁ ମା ର ଚିତ୍ରିତ ଚରିତ୍ର

ଲେଖନୀର କମନୀୟତାରେ

ଲେଖିଲେ ସରେ ନାହିଁ ଗୀତ, କାହାଣୀ ଗପ।


ସେ ତ ସ୍ନେହ-ମମତାର ମନ୍ଦିର

ଫୁଲଠୁଁ କୋମଳ ଜହ୍ନଠୁଁ ଶୀତଳ

ମଧୁଠୁଁ ମଧୁର ମାର ପଣତକାନୀ

ଶ୍ରୀମନ୍ଦିର ନେତଠୁଁ ଅଧିକ ଗୁଣି

ସେ ଜନନୀ ଜନ୍ମ ଭୁମି

ସ୍ବର୍ଗାଦପୀ ଗରୀୟସୀ

ସେ ସ୍ନେହ-ଶ୍ରଦ୍ଧା ର ସ୍ବପ୍ନପୁରୀ

ମା ଏକ ଶବ୍ଦ ନୁହେଁ

ସେ ସନ୍ତାନ ପାଇଁ ମନ୍ତ୍ରଟିଏ

ଜୀବନ ପାଇଁ ସେ ସଳିତାଟିଏ

ସେ ତ ମମତାମୟୀ ମା

ତା ପରି ବା ଆଉ କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract