STORYMIRROR

Niranjan Mishra

Abstract

4  

Niranjan Mishra

Abstract

ମା ଦୁର୍ଗା

ମା ଦୁର୍ଗା

1 min
326


କଳିତ ଲଳିତ ପଦ୍ମପାଦେ ତୋର

ବନ୍ଦନା କରେ ମୁଁ ମାତ

ସିଂହର ପୃଷ୍ଠରେ ଏକ ପାଦ ଆନ

ମହିଷା ପୃଷ୍ଠରେ ସ୍ଥିତ ।

ଖଳ ବଳ ବିନାଶନ ପାଇଁ ସିନା

ଜାତ ତୋହର ଏ ରୂପ

ଅଯୋନି ସମ୍ଭୂତା ତ୍ରିଲୋକଜନନୀ

ହୋଇଲୁ ଦୁର୍ଗା ସ୍ୱରୂପ ।

ଗରବଗଞ୍ଜନୀ ଦୈତ୍ୟ ନିସୂଦନୀ

ମହିଷାସୁରମର୍ଦ୍ଦିନୀ

କୋଟି କାମ ରୂପ ଜିଣେ ତୁମ ରୂପ

ପଦେ କରୁଛି ଦୟିନୀ ।

ଘୋର ଜଞ୍ଜାଳର ଜାଲରେ ପଡିଛି

ରକ୍ଷାକର ମହାମାୟୀ

ତୁମ ବିନା ଆଉ ରକ୍ଷକ କେ ଅଛି

କାହିଁ ମୋତେ ଦିଶୁନାହିଁ ।

ଅଳପ ବୁଦ୍ଧି ମୁଁ ବାଳକ ତୋହର

ଆଗୋ ମାତା ଦଶଭୁଜା

ନ ଜାଣେ ମୁଁ ମନ୍ତ୍ର ନ ଜାଣଇ ତନ୍ତ୍ର

ନ ଜାଣେ ମୁଁ ତୋର ପୂଜା ।

କେବଳ ଜାଣିଛି ତୋତେ ସୁମରିଲେ

ସଙ୍କଟୁ ମିଳେ ଉଦ୍ଧାର

କୃପା କଟାକ୍ଷରେ ଚାହିଁ ଦେଲେ ଥରେ

ସଙ୍କଟ କେତେ ମାତର ।

କରୁଛି ବିନତି ଶ୍ରୀଚରଣେ ତୋର

କୃପା କର କୃପା ବହି

କରୁଣା କଣାଏ ବିତରିଲେ ମାତ

ଊଣା ତ ହୋଇବ ନାହିଁ ।


Rate this content
Log in

Similar oriya poem from Abstract