ମା ବ୍ରହ୍ମ ଚାରିଣୀ ଦେବି
ମା ବ୍ରହ୍ମ ଚାରିଣୀ ଦେବି
ତୁମେ ଯୋଗିନି ବ୍ରହ୍ମ ଚାରିଣୀ
ତୁମେ ପୁଣି ଶଙ୍କର ଘରଣୀ
ତୁମେ ଅପର୍ନା ତୁମେ ସମ୍ପର୍ଣ୍ଣା
ତୁମେ ଶକ୍ତି ରେ ପରି ପୂର୍ଣ୍ଣା
ତୁମେ ଦ୍ବିଭୁଜା ତୁମେ ହିଁ ବିରଜା
ତୁମେ ପୁଣି ହୋଇ ଆସିବ ଦଶଭୁଜା
ତୁମ ନାମେ ଶତ୍ରୁ ଦୂର ହୋଇ ଯାଏ
ତୁମ ନାମ ନେଲେ ବର ମିଳି ଥାଏ
ତୁମରି ଚରଣେ ମୋର ଏତିକି ମାଗୁଣି
ସୁଦୟା କରି ଥିବ ତୁମରି ପଣତ ଟାଣି ।।
